fbpx

ବିଜେଡିର ରାଜ୍ୟ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପବିତ୍ର ରଥଯାତ୍ରାରେ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟ ନିର୍ମାଣର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଅତ୍ୟାଧୁନିକ ଢାଞ୍ଚାରେ ନିର୍ମିତ ହେବାକୁ ଥିବା ବିଜେଡିର ରାଜ୍ୟ କାର୍ଯ୍ୟାଳୟ ତିନି ମହଲା ବିଶିଷ୍ଟ ହେବା ନେଇ ସମସ୍ତ ଡିଜାଇନ୍ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି । ଏହି କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟ ବ୍ୟତୀତ ବିଭିନ୍ନ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଜାରି ରହିବ । କ୍ୟାପିଟାଲ ହସ୍ପିଟାଲ ନିକଟରେ ଥିବା ବିଜେଡିର ଦଳୀୟ କାର୍ଯ୍ୟାଳୟ ପଛପଟେ ଏହି ନୂଆ ବିଲ୍ଡିଂ ନିର୍ମାଣ ହେବ ବୋଲି ଜଣାପଡ଼ିଛି । ତେବେ ନିର୍ମାଣ ହେବାକୁ ଥିବା ନୂଆ ବିଲ୍ଡିଂରେ ଦଳୀୟ କର୍ମୀଙ୍କ ପାଇଁ ବୈଠକ ସ୍ଥଳ, କନଫରେନ୍ସ ହଲ, ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସ୍ୱତନ୍ତ୍ର ହଲ୍, ଲାଇବ୍ରେରୀ, ସ୍ୱତନ୍ତ୍ର ଗୃହ, ପାର୍କିଂର ବ୍ୟବସ୍ଥା ରହିବ ବୋଲି ଜଣାପଡ଼ିଛି । ତେବେ ଏହି ଶୁଭ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ପଦକ୍ଷେପକୁ ବିଜେଡିର ସାଙ୍ଗଠିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସ୍ୱାଗତ ଜଣାଇବା ସହ ସାଢ଼େ ୪ କୋଟି ଓଡ଼ିଆଙ୍କ ପାଇଁ ବିଜେଡିର ସମସ୍ତ କର୍ମକର୍ତ୍ତା ନିଜକୁ ସମର୍ପିତ କରିବେ ବୋଲି କହିଛନ୍ତି ।

ଏହାସହିତ ମୁଖ୍ୟମନ୍ତ୍ରୀ ଆଜି ବାଗଚୀ-କରୁଣାଶ୍ରୟ ପାଲିଏଟିଭ୍ କେୟାର ଏବଂ ବାଗଚୀ-ଶ୍ରୀ ଶଙ୍କର କ୍ୟାନସର ସେଣ୍ଟର ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଶିଳାନ୍ୟାସ କରିଛନ୍ତି । ରାଜଧାନୀ ଭୁବନେଶ୍ୱରର ଇନଫୋସିଟି-୨ ଅଞ୍ଚଳରେ ଏହି ଦୁଇଟି ଇନଷ୍ଟିଚ୍ୟୁଟ ସ୍ଥାପନ କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.