fbpx

ଓଡ଼ିଶାରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଚିଠି

ଭୁବନେଶ୍ୱର,୨୫।୧୧(ଓଡିଶା ଭାସ୍କର): ରାଜ୍ୟରେ ଦ୍ବିତୀୟ AIIMS ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରଜେଶ ଭୂଷଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସୁନ୍ଦରଗଡ଼ ଜିଲ୍ଲାରେ AIIMS ପ୍ରତିଷ୍ଠା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି ।

ବିହାର ଭଳି ଓଡ଼ିଶାରେ ଦ୍ବିତୀୟ AIIMS ପାଇଁ ଅନୁମତି ଦେବାକୁ ପ୍ରସ୍ତାବ ଦିଆଯାଇଛି । ସୁନ୍ଦରଗଡ଼ରେ AIIMS ପାଇଁ ଭିତ୍ତିଭୂମି ରହିଥିବା ସେ ଜଣାଇଛନ୍ତି । ଏହା ସହ ସେ ଉଲ୍ଲେଖ କରିଛନ୍ତି ଯେ, ‘ମେଡିକାଲ ପ୍ରତିଷ୍ଠା ପାଇଁ ସୁନ୍ଦରଗଡରେ ଥିବା ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ସମସ୍ତ ପ୍ରକାର ସୁବିଧା ରହିଛି । ୧୦୦ MBBS ଛାତ୍ରଛାତ୍ରୀଙ୍କ ପଢ଼ିବା ପାଇଁ ଭିତ୍ତିଭୂମି ରହିଛି । ରେଳ ଏବଂ ବିମାନ ଯୋଗାଯୋଗ ସୁବିଧା ରହିଛି । ରାଜ୍ୟ ସରକାର ଓ NTPC ସହଭାଗିତାରେ ହସ୍ପିଟାଲ ନିର୍ମାଣ ହୋଇଛି ।’ ଏ ସବୁ ସୁବିଧ‌ା ଥିବା କଥା କହି ସୁନ୍ଦରଗଡ଼ରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ନେଇ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

Get real time updates directly on you device, subscribe now.