fbpx

(VIDEO)ଭାଲେଣ୍ଟାଇନ୍ସ ପୂର୍ବରୁ ଭାଇରାଲ ହେଉଛି ଚିଠି; ବୟଫ୍ରେଣ୍ଡ ନଥିଲେ କଲେଜ ଆସିବା ମନା

ଜଗତସିହଂପୁର: ଆଉ କିଛି ଦିନ ପରେ ଆରମ୍ଭ ହେବ ଭାଲେଣ୍ଟାଇନ୍ସ ସପ୍ତାହ । ଯାହାକୁ ଆଜିର ଯୁବପିଢି ଖବୁ ଧୁମଧାମରେ ସେଲିବ୍ରେଟ କରିଥାନ୍ତି । ନିଜର ଗାର୍ଲଫ୍ରେଣ୍ଡ କିମ୍ବା ବୟଫ୍ରେଣ୍ଡ ସହ ବୁଲିବା ସହ ଗିଫ୍ଟ ମଧ୍ୟ ଦେଇଥାନ୍ତି । ତେବେ ଏହି ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ଏକ ଚିଠି ଭାଇରାଲ ହେଉଛି । ତାହା ବୁ ପୁଣି ଏକ କଲେଜର, ଯେଉଁଥିରେ ପ୍ରିନ୍ସପାଲଙ୍କ ଦସ୍ତଖସ୍ତ ମଧ୍ୟ ରହିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଜଗତସିଂହପୁର ଏସ୍ଭିଏମ୍ କଲେଜ୍ ଏଖ ଚିଠି ଇସ୍ୟୁ କରିଛି । ଯେଉଁଥିରେ ଲେଖା ଅଛି ଆସନ୍ତା ଫେବ୍ରୁଆରୀ ମାସ ୧୪ରୁ କଲେଜର ପ୍ରତ୍ୟେକ ଛାତ୍ରୀ ନିଜ ନିଜ ସୁରକ୍ଷ ନିମନ୍ତେ ଅତି କମରେ ଜଣେ ପୁରୁଷ ବନ୍ଧୁ ବା ବୟଫ୍ରେଣ୍ଡ ବାଛିବାକୁ ବାଧ୍ୟତାମୂଳକ କରାଯାଇଛି । ବୟଫ୍ରେଣ୍ଡ ନଥିବା ଛାତ୍ରଛାତ୍ରୀଙ୍କୁ କଲେଜ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ । ଛାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନୀୟମ କରାଯାଇଛି । ବୟଫ୍ରେଣ୍ଡ ସହ ନଗଦରେ ଉଠାଯାଇଥିବା ଫଟୋକୁ ଛାତ୍ରୀମାନେ ପରିଚୟ ପତ୍ର ହିସାବରେ କଲେଜରେ ପ୍ରବେଶ କରିବା ସମୟରେ ବ୍ୟବହାର କରିପାରିବେ । ଏହା ସମସ୍ତ ଛାତ୍ରୀଙ୍କ କ୍ଷେତ୍ରରେ ବାଧ୍ୟତା ମୂଳକ । ପ୍ରେମର ବାର୍ତ୍ତା ଖେଳାଇବା ନିମନ୍ତେ ଉଦ୍ଧିଷ୍ଟ ।

ସବୁଠାରୁ ବଡ଼ କଥା ହେଉଛି କି ଏହି ଲେଟରର ଶେଷରେ ରହିଛି କଲେଜ ପ୍ରିନ୍ସପାଲଙ୍କ ଦସ୍ତଖତ । ତେବେ କଲେଜ କର୍ତ୍ତୃପକ୍ଷଙ୍କୁ ପଚାରିବା ପରେ ଜଣାପଡ଼ିଛି କି ଏହା ସମ୍ପୂର୍ଣ୍ଣ ମିଛ । କଲେଜ ତରଫରୁ ସେମିତି କୌଣସି ଲେଟରକୁ ଇସ୍ୟୁ କରାଯାଇନାହିଁ ବୋଲି କୁହାଯାଇଛି । ଏହି ଭାରଇରାଲ ହେଉଥିବା ଲେଟରକୁ ନେଇ ଥାନାରେ କଲେଜ ତରଫରୁ ଅଭିଯୋଗ କରାଯାଇଛି ।

Get real time updates directly on you device, subscribe now.