fbpx

କଟକଣା ମଧ୍ୟରେ ରଥଯାତ୍ରା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର, ୨୯ା୪(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ଦଇତାପତି ନିଯୋଗ ପକ୍ଷରୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖାଯାଇଛି । ପରମ୍ପରା ଆଧାରରେ ରଥଯାତ୍ରା କରିବାକୁ ଚିଠି ମାଧ୍ୟମରେ ନିବେଦନ କରିଛି ଦଇତାପତି ନିଯୋଗ । ପୂର୍ବ ଇତିହାସକୁ ଗୁରୁତ୍ୱ ଦେଇ ଚଳିତ ବର୍ଷ କଟକଣା ମଧ୍ୟରେ ରଥଯାତ୍ରା କରିବାକୁ ଅନୁରୋଧ କରାଯାଇଥିବା ନେଇ ସୂଚନା ମିଳିଛି । ପୁରୀର ସମସ୍ତ ପ୍ରବେଶ ପଥକୁ ସିଲ୍ କରି ରଥଯାତ୍ରା ନିଯୋଗ ପକ୍ଷରୁ  କରିହେବ ବୋଲି ପ୍ରସ୍ତାବ ରହିଛି । ପୁରୀକୁ ଅନ୍ୟ ଅଞ୍ଚଳରୁ ଲୋକଙ୍କୁ ପ୍ରବେଶ କରିବାକୁ ଦିଆଯିବନି । ସେବାୟତ ଓ କିଛି ପୋଲିସଙ୍କ ସହାୟତାରେ ରଥଯାତ୍ରା କରିବାକୁ ଅନୁରୋଧ କରାଯାଇଛି । ସେବାୟତଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରି ରଥଯାତ୍ରାରେ ସାମିଲ କରିବାକୁ ଚିଠି ଲେଖାଯାଇଛି । ଏହାସହ ରଥଯାତ୍ରା ସମୟରେ ସାମାଜିକ ଦୂରତା ମଧ୍ୟ ପାଳନ କରାଯିବ । ଏନେଇ ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗାଦାସ ମହାପାତ୍ର ସୂଚନା ଦେଇଛନ୍ତି ।


ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବା ଫଳରେ ସତର୍କତାକୁ ଦୃଷ୍ଟିରେ ରଖି ରଥଯାତ୍ରା ହେବ କି ନାହିଁ ସମସ୍ତେ ଦ୍ୱନ୍ଦ୍ୱରେ ରହିଛନ୍ତି । ଅନ୍ୟପଟେ ରାଜ୍ୟରେ ୧୨୨କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ କରୋନାରେ ୮୩ଜଣ ସକ୍ରିୟ ରହିଛନ୍ତି ।

Get real time updates directly on you device, subscribe now.