fbpx

ଶୀତ ଲହରି ନେଇ ଆଡ଼ଭାଇଜରି ଜାରି

ଭୁବନେଶ୍ୱର, ୨୮ା୧୨(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରବଳ ଶୀତ ଜାରି ରହିଛି । ପ୍ରବଳ ଶୀତ ପ୍ରଭାବକୁ ନେଇ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଆଡ଼ଭାଇଜରି ଜାରି କରିବା ସାଙ୍ଗକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଏହାସହ ଶୀତଲହରୀ ନେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାସହୀନ ଲୋକଙ୍କୁ ସ୍କୁଲ ବା ସରକାରୀ କୋଠାରେ ଆଶ୍ରୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରାଞ୍ଚଳରେ ରାତ୍ରି ଆଶ୍ରୟସ୍ଥଳୀର ସୁପରିଚାଳନା କରନ୍ତୁ । ସବୁ ବ୍ଲକ, ତହସିଲ ଓ ପଞ୍ଚାୟତକୁ ଏନେଇ ସତର୍କ କରାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.