fbpx

ବିଷାକ୍ତ ଗ୍ୟାସ୍ ପ୍ରଭାବରେ ଜୀବନ ହାରିଲେ ୩ ଭଉଣୀ

ଗଞ୍ଜାମ,୨୮ ।୧୨(ଓଡିଶା ଭାସ୍କର): ଗଞ୍ଜାମ ଦିଗପହଣ୍ଡି ଥାନା ବି.ତୁରୁବୁଡି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ରାସାୟନିକ ଗ୍ୟାସ୍ ପ୍ରଭାବରେ ଅସୁସ୍ଥ ହୋଇ ଶେଷରେ ଜୀବନ ହାରିଲେ ୩ ଭଉଣୀ । ରାତିରେ ଶୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଭଉଣୀଙ୍କର ମୃତ୍ୟୁ ଘଟିଛି । ମୃତକ ମଧ୍ୟରେ ଅଛନ୍ତି ୭ ବର୍ଷର ସୋନା ରେଡ୍ଡି, ୬ ବର୍ଷର ଚିକିନା ରେଡ୍ଡି ଓ ୧୦ ବର୍ଷର ବର୍ଷା ରେଡ୍ଡି ।

ତେବେ ୩ ଭଉଣୀଙ୍କ କୋଠରୀରେ ଥିବା ଚାଉଳ ଔଷଧ ପ୍ରଭାବରେ ୩ ଭଉଣୀ ଅସୁସ୍ଥ ହୋଇଥିଲେ । ସେମାନଙ୍କୁ ଡିସେମ୍ବର ୨୫ ତାରିଖ ରାତିରେ ମେଡିକାଲ ନିଆଯାଇଥିଲା । ସେଠାରେ ୩ ଭଉଣୀଙ୍କ ମୃତ୍ୟୁ ଘଟିଛି । ଏନେଇ ବି.ତୁରୁବୁଡି ଗାଁରେ ଦିଗପହଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.