fbpx

ପୁଞ୍ଜି ବଜାରରେ ଲିଷ୍ଟ ହେଲା ଏଲ୍ଆଇସିର ଶେୟାର: ଏତିକି ରହିଲା ପ୍ରାରମ୍ଭିକ ମୂଲ୍ୟ

ନୂଆଦିଲ୍ଳୀ: ଭାରତୀୟ ଶେୟାର ବଜାରରେ ପ୍ରବେଶ କରିଛି ଭାରତୀୟ ଜୀବନ ବୀମା ନିଗମ । ମଙ୍ଗଳବାର ଭାରତ ଇତିହାସରେ ସବୁଠାରୁ ବଡ ଷ୍ଟକ୍ ଭାରତୀୟ ବଜାରରେ ଲଞ୍ଚ ହୋଇଯାଇଛି । ମେ ୪-୯ ଯାଏଁ ଏହାର ଆଇପିଓ ବିକ୍ରି ହୋଇଥିବା ବେଳେ ଏହା ପ୍ରାୟ ୩ ଗୁଣ ଅଧିକ ସବସ୍କ୍ରାଇବ୍ ହୋଇଥିଲା । ଏହା ସହିତ ପଲିସି ହୋଲ୍ଡର ମାନଙ୍କୁ ୬୦ ଟଙ୍କାର ଡିସକାଉଣ୍ଟ ମିଳିଥିବା ବେଳେ କର୍ମଚାରୀଙ୍କୁ ମିଳିଥିଲା ୪୫ ଟଙ୍କାର ଡିସକାଉଣ୍ଟ ।

ଏଲ୍ଆଇସି ପକ୍ଷରୁ ୯୦୨-୯୪୯ ମଧ୍ୟରେ ଏହାର ମୂଲ୍ୟ ନିର୍ଦ୍ଧାରଣର କରାଯାଇଥିଲା । ଶେଷରେ ଅପର ସର୍କିଟରେ ଏହାର ଷ୍ଟକ୍ ମାର୍କେଟ ପଦାର୍ପଣ କରାଯାଇଥିଲା । ତେବେ ଡେବ୍ୟୁରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ୮.୬୨ ପ୍ରତିଶତ ବା ୮୧.୮୦ ଟଙ୍କାର ରିହାତି ସହିତ ୮୬୭.୨୦ ଟଙ୍କାରେ ଏଲ୍ଆଇସିର ଲିଷ୍ଟିଂ ହୋଇଥିଲା । ଅନ୍ୟ ପକ୍ଷରେ ଏନ୍ଏସ୍ଇରେ ଏହି ଶେୟାରକୁ ୮.୧୧ ପ୍ରତିଶତର ରିହାତିରେ ଲିଷ୍ଟ କରାଯାଇଥିଲା । ୭୭ ଟଙ୍କାର ଡିସକାଉଣ୍ଟ ସହିତ ୮୭୨ ଟଙ୍କାରେ ଏହା ଏନଏସଇରେ ପଞ୍ଜୀକୃତ ହୋଇଥିଲା ।

ତେବେ ଲଞ୍ଚ ହେବା ସହିତ ଏହାର ଶେୟାର ମୂଲ୍ୟ ଉପରକୁ ଉଠିଥିଲା । ଦିନ ୧୦ ଟା ସୁଦ୍ଧା ଏହାର ଷ୍ଟକ୍ ମୂଲ୍ୟ ୯୦୪.୨୫ ଟଙ୍କାରେ ପହଞ୍ଚିଥିଲା । ଉଲ୍ଲେଖଯୋଗ୍ୟ ଯେ, ଭାରତର ସର୍ବବୃହତ ରାଷ୍ଟ୍ରାୟତ ବୀମା କମ୍ପାନୀ ଏଲ୍ଆଇସିର ୩.୫ ପ୍ରତିଶତ ବିନିବେଶ କରିବା ସହିତ ସରକାର ୨୧ ହଜାର କୋଟି ଟଙ୍କା ଆୟ କରିଛନ୍ତି ।

Get real time updates directly on you device, subscribe now.