fbpx

ଟ୍ରେନ୍ ବଦଳରେ ରେଲୱେ ଟ୍ରାକରେ ଗଡ଼ିଲା ଟ୍ରାକ୍ଟର: ଦେଖନ୍ତୁ ଭାଇରାଲ୍ ଭିଡିଓ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ବିଶ୍ୱାସ କରିବା କଷ୍ଟକର ହୋଇପଡୁଛି । ସେହିପରି ନିକଟରେ ଏପରି ଏକ ଜୁଗାଡ଼ୁ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସାଧାରଣତଃ ରେଲୱେ ଟ୍ରାକରେ ଟ୍ରେନଗୁଡ଼ିକ ଦ୍ରୁତ ଗତିରେ ଚାଲୁଥିବାର ତ ସମସ୍ତେ ଦେଖିଥିବେ ।

ଏପରି ପରିସ୍ଥିତିରେ ଯଦି କୌଣସି ଗାଡ଼ି ଟ୍ରେନର ରାସ୍ତାରେ ଆସିଥାଏ, ତେବେ ଟ୍ରେନଟି ବଡ଼ରୁ ବଡ଼ ଗାଡ଼ିକୁ ବି ଉଡ଼ାଇଦିଏ । କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ରେଲୱେ ଟ୍ରାକରେ ଟ୍ରେନ୍ ବଦଳରେ ଟ୍ରାକ୍ଟର ଚାଲୁଥିବାର ଦେଖିବାକୁ ମିଳିଛି ।

ତେବେ ରେଲୱେ ଟ୍ରାକର ନିର୍ମାଣରେ ବ୍ୟବହୃତ ସାମଗ୍ରୀ ପରିବହନ ପାଇଁ ଟ୍ରାକ୍ଟରର ବ୍ୟବହାର କରାଯାଇଥିବା ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ଏହି ସମୟରେ ଟ୍ରାକ୍ଟରଟି କିଛି ଦେଶୀ ଜୁଗାଡ଼ ଲଗାଇ ତାହାକୁ ରେଲୱେର ଲୁହା ଟ୍ରାକରେ ଚଳାଇବାକୁ ଫିଟ୍ କରାଯାଇଥିଲା । ସେଥିରେ ରବରର ଚକା ହଟାଯାଇ ଲୁହାର ଚକ ଲଗାଯାଇଥିଲା । ଭିଡିଓକୁ ଅନେକ ଲୋକ ଦେଖିସାରିଥିବା ବେଳେ ଲୋକମାନେ ଏହାକୁ ନେଇ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।

 

View this post on Instagram

 

A post shared by akshatkumar (@akshatkumar1601)

Get real time updates directly on you device, subscribe now.