fbpx
BJD
BJD SKY
BJD SKY

LICର ଏହି ସ୍କିମରେ ଜମା କରନ୍ତୁ କେବଳ ୧୩୦ ଟଙ୍କା, ମିଳିବ ୨୭ ଲକ୍ଷ, ଜାଣନ୍ତୁ କେମିତି

ଝିଅର ଭଲ ଭବିଷ୍ୟତ ପାଇଁ ପିତା ମାତା ଏକ ଭଲ ଇନଭେଷ୍ଟମେଣ୍ଟ ପଲିସି ନେବାକୁ ଚାହିଥାନ୍ତି । ଆଜି ଆମେ ଆପଣଙ୍କୁ ଏଲଆଇସିର ଏକ ଏଭଳି ପଲିସି ବିଷୟରେ କହିବାକୁ ଯାଉଛି ଯାହା ଝିଅର ବିବାହ ପାଇଁ ଉଦ୍ଧିଷ୍ଟ । ଏଲଆଇସି ଏହି ପଲିସିର ନାମ ହେଉଛି କନ୍ୟାଦାନ ପଲିସି । ଏହି ଯୋଜନାରେ ୧୨୧ ଟଙ୍କା ପ୍ରତିଦିନ ହିସାବରେ ପ୍ରାୟ ୩୬୦୦ ଟଙ୍କା ପ୍ରତିମାସ ପ୍ରିମିୟମ ଦେବାକୁ ହୋଇଥାଏ । କିନ୍ତୁ ଯଦି ଏହାକୁ କମ୍ ପ୍ରିମିୟମ କିମ୍ବା ଅଧିକ ପ୍ରିମିୟମ ଦେବାକୁ ଚାହୁ୍ଥିବେ ଏହା ମଧ୍ୟ କରିପାରିବେ ।

ଏଲଆଇସି ର ଏହି ଖାସ୍ ପଲିସିରେ ଆପଣ ଯଦି ପ୍ରତିଦିନ ୧୨୧ ଟଙ୍କା ଭରୁଛନ୍ତି ତେବେ ୨୫ ବର୍ଷରେ ୨୭ ଲକ୍ଷ ଟଙ୍କା ମିଳିବ । ଏହାଛଡ଼ା ପଲିସି ନେବା ପରେ ଯଦି ପଲିସି ଧାରକଙ୍କ ମୃତ୍ୟୁ ହେଉଛି ତେବେ ପରିବାରକୁ ପ୍ରିମିୟମ ଦେବାକୁ ଆବଶ୍ୟକ ନାହିଁ ଏବଂ ତାଙ୍କୁ ପ୍ରତିବର୍ଷ ୧ ଲକ୍ଷ ଟଙ୍କା ମଧ୍ୟ ଦିଆଯିବ, ଏହା ସହ ୨୫ ବର୍ଷ ଶେଷ ହେବା ପରେ ପଲିସିଙ୍କ ନୋମିନୀଙ୍କୁ ୨୭ ଲକ୍ଷ ଟଙ୍କା ମିଳିବ । ଏହି ପଲିସି ପାଇଁ ୩୦ ବର୍ଷ ସର୍ବାଧିକ ବୟସ ଥିବାବେଳେ ୧ ବର୍ଷ ସର୍ବନିମ୍ନ ବୟସ ସୀମା । ଏହି ପ୍ଲାନ ୨୫ ବର୍ଷ ପାଇଁ ରହିଛି କିନ୍ତୁ ପ୍ରିମିୟମ ୨୨ ବର୍ଷ ଯାଏଁ ଦେବାକୁ ହେବ ।

ଏମିତି ରହିଛି ପଲିସି:

୨୫ ବର୍ଷ ପାଇଁ ପଲିସି ନେଇପାରିବେ

୨୨ ବର୍ଷ ପର୍ଯ୍ୟନ୍ତ ପ୍ରିମିୟମ ଦେବାକୁ ହେବ

ପ୍ରତିଦିନ ୧୨୧ ଟଙ୍କା କିମ୍ବା ମାସକୁ ୩୬୦୦ ଟଙ୍କା ଦେବାକୁ ପଡ଼ିବ

ମଝିରେ ଯଦି ପଲିସି ଧାରକଙ୍କ ମୃତ୍ୟୁ ହେଉଛି ତେବେ ପରିବାରକୁ ଦେବାକୁ ହେବନାହିଁ ପ୍ରିମିୟମ

୨୨ ବର୍ଷ ପ୍ରମିୟମ ଭରିବା ପରେ ବାକି ୩ ବର୍ଷରେ ପ୍ରତି ବର୍ଷକୁ ୧ ଲକ୍ଷ ଟଙ୍କା ମିଳିବ

ପଲିସି ମାଚ୍ୟୁର ହେବା ପରେ ନୋମିନୀଙ୍କୁ ୨୭ ଲକ୍ଷ ଟଙ୍କା ମିଳିବ

ଏହି ପଲିସିକୁ କମ୍ କମ୍ବା ଅଧିକ ପ୍ରିମିୟମରେ ମଧ୍ୟ ନେଇପାରିବେ ।

Get real time updates directly on you device, subscribe now.