fbpx

ମମିତା ପ୍ରସଙ୍ଗ: ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି, ଜାଣନ୍ତୁ କ’ଣ କହିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମମିତା ମେହେର ହତ୍ୟା ମାମଲାରେ ରାଜନୀତି ତୀବ୍ର ହେବାରେ ଲାଗିଥିବା ବେଳେ ଆଜି ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଏକ ଅତି ସମ୍ବେଦନଶୀଳ ଘଟଣା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଘଟଣାକୁ ଯେମିତି ରାଜନୀତିକରଣ କରାଯାଉଛି, ତାହା ବ୍ୟଥିତ କରୁଛି । ପରିବାର ଲୋକଙ୍କ ନିବେଦନ ସତ୍ୱେ ରାଜନୀତିକରଣ ଚାଲୁ ରହିଛି । ଘଟଣାକୁ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଘଟଣାର ତଦନ୍ତ କରୁଛନ୍ତି । ହାଇକୋର୍ଟଙ୍କୁ ଏନେଇ ଅନୁରୋଧ କରିଥିଲେ ରାଜ୍ୟ ସରକାର ।’

ଦାୟିତ୍ୱରେ ଯିଏ ବି ଅବହେଳା କରିଥିବ, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ହାଇକୋର୍ଟ ମନିଟରରେ ଘଟଣାର ତଦନ୍ତ ଚାଲିଛି । ବିନା ଭୟ ଓ ଦ୍ୱନ୍ଦ୍ୱରେ ପୋଲିସ କାର୍ଯ୍ୟ କରିବାକୁ ମୁଁ ନିର୍ଦ୍ଦେଶ ଦେଉଛି । ବିରୋଧୀଙ୍କୁ ନିବେଦନ କରୁଛି ଗୃହ କାର୍ଯ୍ୟରେ ସହଯୋଗ କରନ୍ତୁ । ଯିଏ ଦୋଷୀ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.