fbpx
BSKY
BJD MC SKY
BJD MS SKY

ବିମାନକୁ ଧକ୍କା ମାରିବା ପାଇଁ ବାଧ୍ୟ ହେଲେ ଯାତ୍ରୀ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ଆପଣ ୨ ଚକିଆ ବା ୪ ଚକିଆ ଯାନକୁ ଧକ୍କା ମାରୁଥିବା ଲୋକଙ୍କୁ ତ ଦେଖିଥିବେ, କିନ୍ତୁ ବିମାନକୁ ଧକ୍କା ମାରିଥିବାର କେବେ ଦେଖିଛନ୍ତି କି? ନେପାଳରୁ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଠାରେ ୧୨ରୁ ଅଧିକ ଲୋକେ ବିମାନକୁ ଧକ୍କା ଦେଉଥିବାର ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ମାମଲା…

ତେବେ ଏହି ଘଟଣା ଗତ କିଛିଦିନ ତଳେ ନେପାଳର ବାଜୁରା ଏୟାରପୋର୍ଟରରେ ଘଟିଛି । ହୁମଲା ଜିଲ୍ଲାର ସିମିକୋଟରୁ ଆସିଥିବା ତାରା ଏୟାରଲାଇନ୍ସର ଏକ ଛୋଟ ବିମାନ ରନୱେରେ ଅବତରଣ କରିଥିଲା । କିନ୍ତୁ ତା ପରେ ବିମାନର ଟାୟାର ଫାଟିଗଲା ।

ରିପୋର୍ଟ ମୁତାବକ, ବିମାନର ପଛ ଟାୟାର ଫାଟିଯାଇଥିଲା । ଯେଉଁ କାରଣରୁ ବିମାନଟି ରନୱେରୁ ହଟିପାରୁନଥିଲା । ଏହାକୁ ଦେଖି ଏୟାରପୋର୍ଟରେ ଉପସ୍ଥିତ ଥିବା ଯାତ୍ରୀମାନେ ବିମାନକୁ ରନୱେରୁ ହଟାଇବା ପାଇଁ ସୁରକ୍ଷାକର୍ମୀଙ୍କ ସହିତ ସାମିଲ ହୋଇଥିଲେ । ବିମାନକୁ ରନୱେରୁ ହଟାଇବାପାଇଁ ଯାତ୍ରୀମାନେ ଧକ୍କା ମାରିବା ସହିତ ତାକୁ ପାର୍କିଂ ସ୍ଥାନକୁ ନେଇଥିଲେ ।

ତେବେ ବିମାନକୁ ପାର୍କିଂ ସ୍ଥାନକୁ ନିଆ ନଯିବା ପର୍ଯ୍ୟନ୍ତ ଅନ୍ୟ କୌଣସି ବି ବିମାନ ରନୱେରେ ଅବତରଣ କରିପାରିବ ନାହିଁ । ଅନ୍ୟ ବିମାନଗୁଡିକ ମଧ୍ୟ ଅବତରଣ ପାଇଁ ଲାଇନରେ ରହିଥିଲେ । ଏପରି ଅବସ୍ଥାରେ ଖୁବଶୀଘ୍ର ଏୟାରପୋର୍ଟର କର୍ମଚାରୀ ଲୋକଙ୍କ ସାହାର୍ଯ୍ୟରେ ରନୱେରେ ଥିବା ବିମାନକୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ, ଯାହାଫଳରେ ରାସ୍ତା ସଫା ହୋଇଥିଲା । ଏହି ଘଟଣାକୁ ଏୟାରପୋର୍ଟରେ ଉପସ୍ଥିତ ଥିବା କିଛି ଯାତ୍ରୀ ନିଜ ମୋବାଇଲରେ ରେକର୍ଡିଂ କରିଥିଲେ ଓ ଦେଖୁ ଦେଖୁ ସେହି ଭିଡିଓ ଭାଇରାଲ ହୋଇଗଲା ।

Get real time updates directly on you device, subscribe now.