fbpx

OPSC: ୩୩୫ ଶିକ୍ଷକ ପଦରେ ନିଯୁକ୍ତି ସୁଯୋଗ, ଶୀଘ୍ର କରିନିଅନ୍ତୁ ଆବେଦନ

ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ତରଫରୁ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଭିନ୍ନ ବିଷୟରେ ପିଜିଟି ଶିକ୍ଷକ ପଦରେ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୭ ଡିସେମ୍ବର ୨୦୨୧ । ପିଜିଟି ରିକ୍ରୁଟମେଣ୍ଟ ୨୦୨୧ ପଦ ପାଇଁ ୩୩୫ ପଦ ଖାଲି ରହିଛି ।

ଆଶାୟୀ ଏହି ଲିଙ୍କ୍ ଦ୍ୱାରା ଅଫିସିଆଲ ନୋଟିଫିକେସନ ଦେଖିପାରିବେ । https://www.opsc.gov.in/Public/Pages/Post_detail_information.aspx

ଏହି ପଦ ପାଇଁ ଆବଦେନ କରିବା ପାଇଁ ଆଶାୟୀଙ୍କ ପାଖରେ କୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସମ୍ବନ୍ଧିତ ବିଷୟରେ ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀ ନେଇଥିବା ଆବଶ୍ୟକ । ଏହା ସହ ବି.ଏଡ୍ ଡିଗ୍ରୀ ମଧ୍ୟ ରହିଥିବା ଆବଶ୍ୟକ । ଅଧିକ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବାକୁ ଚାହୁଥିଲେ ଅଫିସିଆଲ ନୋଟିସ ଦେଖିପାରିବେ । ଏଥିରେ ଆବେଦନ କରିବା ପାଇଁ ଆୟୁ ସୀମା ୨୧ ରୁ ୩୨ ମଧ୍ୟରେ ହୋଇଥିବା ଆବଶ୍ୟକ । ଏସସି ଏବଂ ଏସଟି ଆଶାୟୀଙ୍କୁ ପାଇଁ ସର୍ବାଧିକ ୫ ବର୍ଷର ଛାଡ଼ ରହିଛି । ଆଶାୟୀଙ୍କ ଚୟନ ପର୍ସନାଲିଟି  ଟେଷ୍ଟ ଏବଂ ଇଣ୍ଟରଭ୍ୟୁ ଦ୍ୱାରା କରାଯିବ ।

ଏମିତି କରନ୍ତୁ ଆବେଦନ:

ପ୍ରଥମେ ଅଫିସିଆଲ ୱେବସାଇଟ opsc.gov.in କୁ ଯାଆନ୍ତୁ

ଏଠାରେ ହୋମ ପେଜରେ ଦିଆଯାଇଥିବା Apply Online ଲିଙ୍କରେ କ୍ଲିକ କରନ୍ତୁ

ଏହା ପରେ ୭ନଂରେ ଥିବା ପିଜିଟି ଟିଚର ରିକ୍ରୁଟମେଣ୍ଟ ସାମ୍ନାରେ ଥିବା New User ଉପରେ କ୍ଲିକ କରନ୍ତୁ

ଏହା ପରେ ଦିଆଯାଇଥିବା ନିର୍ଦ୍ଦେଶକୁ ଧ୍ୟାନରେ ପଢ଼ନ୍ତୁ ଏବଂ Proceed to Registration ଉପରେ କ୍ଲିକ କରନ୍ତୁ ।

ମଗାଯାଇଥିବା ସୂଚନା ଦିଅନ୍ତୁ ଏବଂ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ ।

ଅ।।ବେଦନ ଶୁଳ୍କ ଦେବା ପରେ ସବମିଟ କରନ୍ତୁ

ଏବଂ ଶେଷରେ ଏହାର ପ୍ରିଣ୍ଟ ବାହର କରିନିଅନ୍ତୁ

Get real time updates directly on you device, subscribe now.