fbpx

ରାଜଧାନୀରେ ପହଞ୍ଚିଲା କି ଓମିକ୍ରନ ? ୧୦ ସନ୍ଦିଗ୍ଧଙ୍କୁ ଏଲଏନଜେପି ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଭାରତରେ କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ପ୍ରବେଶ ପରେ ଚିନ୍ତା ବଢ଼ିଯାଇଛି । ଏହାରି ମଧ୍ୟରେ ରାଜଧାନୀ ଦିଲ୍ଲୀର ଲୋକ ନାୟମ ଜୟ ପ୍ରକାଶ ମେଡିକାଲ ବା LNJPରେ ଓମିକ୍ରନ କୋଭିଡ ଭାରିଆଣ୍ଟରେ ସଂକ୍ରମିତ ହେବା ସନ୍ଦେହରେ ୧୦ ଜଣଙ୍କୁ ଭର୍ତ୍ତି କରାଯାଇଛି । LNJP ମେଡିକାଲକୁ ଓମିକ୍ରନ ଭାରିଆଣ୍ଟର ଚିକିତ୍ସା ପାଇଁ ନାମିତ କରାଯାଇଛି । ମେଡିକାଲର ଚିକିତ୍ସା ନିର୍ଦ୍ଦେଶକ ଡାକ୍ତର ସୁରେଶ କୁାମର କହିଛନ୍ତି ଯେ, ଆମେ ପ୍ରାୟ ୧୦ ଜଣଙ୍କୁ ଭର୍ତ୍ତି କରିଛୁ । ଏମାନେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନରେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି । ଆମେ କେବଳ ଜିନୋମ ସିକ୍ୱେନ୍ସିଂ ରିପୋର୍ଟକୁ ଅପେକ୍ଷା କରିଛୁ । ଚିହ୍ନଟ ହେବା ମାତ୍ରେ ସେହିଦିନ ସେମାନଙ୍କ ନମୂନାକୁ ସିକ୍ୱେନ୍ସିଂକୁ ପଠାଇଯାଇଛି ବୋଲି ସେ କହିଛନ୍ତି ।

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗୁରୁବାର ଦିନ ସୂଚନା ଦେଇଥିଲେ ଯେ, ‘ଜିନୋମ ସିକ୍ୱେନ୍ସିଂ ପାଇଁ ଗୁରୁବାର ଦିନ ୮ଟି ନମୂନା ପଠାଯାଇଥିଲା । ଏବେ ନମୂନାର ରିପୋର୍ଟକୁ ଅପେକ୍ଷା କରିଛୁ ।’

ନିକଟରେ ଭାରତ ସରକାର କହିଛନ୍ତି ଯେ, ଦେଶରେ କରୋନାର ନୂଆ ଭାରିଆଣ୍ଟର ରୋଗୀଙ୍କୁ ଚିହ୍ନଟ ହୋଇଛନ୍ତି । ଉଭୟ ରୋଗୀ କର୍ଣ୍ଣାଟକର ବୋଲି ଜଣାପଡିଛି । ବେଙ୍ଗାଲୁରୁ ଚିହ୍ନଟ ହୋଇଥିବା ୪୬ ବର୍ଷୀୟ ବ୍ୟକ୍ତିଙ୍କଠାରେ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହୋଇଛି । ସେ ଟିକାର ଉଭୟ ଡୋଜ୍ ନେଇଛନ୍ତି ଓ ତାଙ୍କଠାରେ ଭାରିଆଣ୍ଟର ଗମ୍ଭୀର ଲକ୍ଷଣ ମିଳିନାହିଁ । ସେହିପରି ସାଉଥ ଆଫ୍ରିକାରୁ ଭାରତ ଆସିଥିବା ୬୬ ବର୍ଷୀୟ ବ୍ୟକ୍ତିଙ୍କଠାରେ ନୂଆ ଭାରିଆଣ୍ଟ ଦେଖିବାକୁ ମିଳିଛି । ଭାରତରେ ଏଣ୍ଟ୍ରି କରିବା ପରେ ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଥିଲା, କିନ୍ତୁ ଏୟାରପୋର୍ଟରେ ଟେଷ୍ଟ ସମୟରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । କିନ୍ତୁ ତାଙ୍କଠାରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ ।

କେନ୍ଦ୍ର ସରକାରଙ୍କ ଦ୍ୱାରା ସୂଚନା ଦିଆଯିବାର ଗୋଟିଏ ଦିନ ପରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ ଆଜି ଦ୍ୱିପହରରେ ବିଶେଷଜ୍ଞ ଓ ବରିଷ୍ଠ ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହି ବୈଠକରେ ରାଜ୍ୟରେ ଚିହ୍ନଟ ହୋଇଥିବା ୨ ଓମିକ୍ରନ ମାମଲା ବିଷୟରେ ଚର୍ଚ୍ଚା କରାଯିବ ସହିତ ନୂଆ ଗାଇଡଲାଇନ ପ୍ରସ୍ତୁତିକୁ ନେଇ ଆଲୋଚନା ହୋଇଛି ।

Get real time updates directly on you device, subscribe now.