fbpx

ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ପିଅନ!

ବାଲେଶ୍ୱର(ଓଡ଼ିଶା ଭାସ୍କର): ଲକ୍ଷେ ଟଙ୍କା ଲାଞ୍ଚ ନେଇ ଧରାପଡିଛନ୍ତି ଚତୁର୍ଥ ଶ୍ରେଣୀ କର୍ମଚାରୀ । ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବାଲେଶ୍ୱର ପୂର୍ତ୍ତ ବିଭାଗ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦ୍ମନାଭ ସ୍ୱାଇଁ । ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ପଦ୍ମନାଭଙ୍କୁ ଧରିଛି ଭିଜିଲାନ୍ସ । ଧରାପଡିବା ପରେ ପଦ୍ମନାଭଙ୍କ ସୋର ବାଗୁଡ଼ି ସ୍ଥିତ ବାସଭବନରେ ରେଡ୍ କରିଛି ଭିଜିଲାନ୍ସ । କିନ୍ତୁ ଚଢ଼ାଉକୁ ନେଇ କୌଣସି ତଥ୍ୟ ଭିଜିଲାନ୍ସ ପକ୍ଷରୁ ଦିଆଯାଇ ନାହିଁ । ଏବେବି ପଦ୍ମନାଭଙ୍କ ଘରେ ଚଢ଼ାଉ ଜାରି ରହିଥିବା ଜଣାପଡିଛି ।

Get real time updates directly on you device, subscribe now.