fbpx
BJD SKY
BJD SKY

ଜୟପୁର ଏୟାରପୋର୍ଟକୁ ଲାଇସେନ୍ସ: ‘ଉଡ଼ାନ୍’ ଯୋଜନାରେ ବିମାନ ଚଲାଚଳ ପାଇଁ ଅନୁମତି

BJD

କୋରାପୁଟ: ଓଡ଼ିଶାର ଆଉ ଏକ ବିମାନବନ୍ଦରକୁ ମିଳିଲା ଲାଇସେନ୍ସ। କୋରାପୁଟ ଜିଲ୍ଲା ଆଉ ଅପହଞ୍ଚ ଜିଲ୍ଲା ହୋଇ ରହିବ ନାହିଁ। ଜୟପୁର ବିମାନ ବନ୍ଦରକୁ ବିମାନ ଉଡ଼ାଣ ପାଇଁ ଅନୁମତି ମିଳିଛି। ‘ଉଡ଼ାନ୍’ ଯୋଜନାରେ ଲାଇସେନ୍ସ ନେଇ ଡିଜିସିଏ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଉଡ଼ାନ୍ ଯୋଜନାରେ ବିମାନ ଚଲାଚଳ ନେଇ ଲାଇସେନ୍ସ ମିଳିଛି। ବହୁ ପ୍ରତୀକ୍ଷା ପରେ ଜୟପୁର ବିମାନବନ୍ଦରକୁ ବିମାନ ଚଳାଚଳ ପାଇଁ ଲାଇସେନ୍ସ ମିଳିଛି। ଉଡ଼ାଣ ଦିବସର ଗୋଟିଏ ଦିନ ପୂର୍ବରୁ ଜୟପୁର ବିମାନବନ୍ଦରକୁ ଏହି ଲାଇସେନ୍ସ ଦେଇଛନ୍ତି କେନ୍ଦ୍ର ବେସାମରିକ ପରିବହନ ବିଭାଗ।

ଜୟପୁର ବିମାନବନ୍ଦରକୁ ଲାଇସେନ୍ସ ପାଇଁ ଦିର୍ଘ ଦିନରୁ ଦାବି ରହିଥିଲା। ଏଥି ପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟ ମଧ୍ୟ କରିଛନ୍ତି। ଯାହା ବର୍ତ୍ତମାନ ଜୟପୁରବାସୀ ତଥା ଦକ୍ଷିଣ ଓଡ଼ିଶାରେ ଜିଲ୍ଲାର ଲୋକମାନଙ୍କ ପାଇଁ ଖୁସି ଖବର ଆଣି ଦେଇଛି। ପୁର୍ବରୁ ଗତ ଜୁଲାଇ ୨୧ଓ ୨୨ତାରିଖ ଦିନ ଜୟପୁର ବିମାନବନ୍ଦରରୁ ବିମାନ ଉଡାଇବା ପାଇଁ ଅନୁସଙ୍ଗିକ, ବୈଷୟିକ, ଭୌଗଳିକ ଭିତ୍ତିଭୁମି କେତେ ପ୍ରସ୍ତୁତି ସରିଛି ତାହାର ଅନୁଧ୍ୟାନ ଡିଜିସିଏ୍ (ଡାଇରେକ୍ଟରଟ୍ ଅଫ୍ ସିଭିଲ୍ ଏଭିଏସନ୍)ର ୩ଜଣିଆ ଟିମ୍ ଯାଂଚ କରିବା ସହ ପ୍ରାୟ ୬୭ଟି ତ୍ରୁଟି ବାହାର କରିଥିଲେ। ଏହାପରେ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ତ୍ରୁଟି ଗୁଡ଼ିକୁ ସମାଧାନ କରିଥିଲେ। ଯାହାର ପଳାଫଳ ଆଜି ଦେଖିବାକୁ ମିଳିଛି।

ଏହି ନିଷ୍ପତି ଅବିଭକ୍ତ କୋରାପୁଟ ସହିତ ଦକ୍ଷିଣ ଓଡ଼ିଶାର ଅର୍ଥନୀତିକୁ ମଧ୍ୟ ମଧ୍ୟ ସୁଦୃଢ କରିବ ବୋଲି ଲୋକେ ଆଶା କରାଯାଉଛି। ସେହିପରି ରାଜଧାନୀ ଭୁବନେଶ୍ୱରରୁ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ପେସାଲିଷ୍ଟ ଡାକ୍ତମାନେ ମଧ୍ୟ ସହଜରେ ଦକ୍ଷିଣ ଓଡ଼ିଶାରେ ପହଞ୍ଚି ପାରିବେ। ଯାହା ଅଞ୍ଚବାସୀଙ୍କ ଉନ୍ନତିରେ ସାହାଯ୍ୟ କରିବ।

Get real time updates directly on you device, subscribe now.