fbpx
BJD SKY
BJD SKY

ଭୋଟ୍ ପାଇଁ ଛୁଟି ଘୋଷଣା କଲେ ଓଡ଼ିଶା ସରକାର

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଧାମନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ୩ ହେଭିୱେଟ୍ ନେତା ମଇଦାନକୁ ଓହ୍ଲାଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀଭାବେ ରାଜେନ୍ଦ୍ର ଦାସ ନିର୍ବାଚନ ଲଢ଼ୁଛନ୍ତି । ଏହାରି ମଧ୍ୟରେ ଭୋଟ୍ ଦିନ ଧାମନଗରରେ ସରକାରୀ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ନଭେମ୍ବର ୩ ତାରିଖରେ ଧାମନଗର ନିର୍ବାଚନ ମଣ୍ଡଳୀରେ ସରକାରୀ ଛୁଟି ଘୋଷଣା କରାଯାଇଛି । ସରକାରଙ୍କ ଘୋଷଣା ମୁତାବକ, ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ସରକାରୀ ଅନୁଷ୍ଠାନ, ବ୍ୟାଙ୍କ ଛୁଟି ରହିବ ।

ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କ ସମେତ ମୋଟ ୫ଜଣ ପ୍ରାର୍ଥୀ ମୈଦାନରେ ଥିବାବେଳେ ନିର୍ବାଚନମଣ୍ଡଳୀର ୨.୩୮ଲକ୍ଷ ଭୋଟର ଆସନ୍ତା ନଭେମ୍ବର ୩ ତାରିଖରେ ନିଜର ମତାଧିକାର ସାବ୍ୟସ୍ତ କରିବେ । ବିଜେଡିରୁ ଅବନ୍ତୀ ଦାସ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ସୂର୍ଯ୍ୟବଂଶୀ ସୂରଜ ଓ କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ ମୈଦାନକୁ ଓହ୍ଲାଇଛନ୍ତି । ସେହିପରି ଆଉ ଜଣେ ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ରହିଛନ୍ତି । ତେବେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସଙ୍କ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କାଏମ ରହିବା ସହ ତାଙ୍କୁ ‘ଭାସମାନ ଡଙ୍ଗା ସହ ନାବିକ ଓ କାତ’ ଚିହ୍ନ ମିଳିଛି ।

Get real time updates directly on you device, subscribe now.