fbpx
BJD
BJD SKY
BJD SKY

Video: ଚାଷୀଙ୍କୁ ଅଚାନକ୍ ଆସିଲା କାର୍ଡିଆକ୍ ଆରେଷ୍ଟ, ଦେବଦୂତ ସାଜି ଏପରି ଜୀବନ ବଞ୍ଚାଇଲେ ପୋଲିସ ଅଧିକାରୀ

BJD

ନୂଆଦିଲ୍ଲୀ: ଗତ କିଛିସମୟ ଧରି ଅଚାନକ୍ ମୃତ୍ୟୁର ମାମଲା ବଢ଼ିବାରେ ଲାଗିଛି । ହାର୍ଟ ଆଟାକ୍ ବା କାର୍ଡିଆକ୍ ଆରେଷ୍ଟରୁ ହେଉଥିବା ମୃତ୍ୟୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ନାଚିବା, ଜିମରେ ବ୍ୟାୟାମ କରିବା କିମ୍ବା ଚାଲିବା ସମୟରେ ହଠାତ୍ ମୃତ୍ୟୁର ଭିଡିଓ ମଧ୍ୟ ସାମ୍ନାକୁ ଆସୁଛି । ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ କୃଷକ ହଠାତ୍ ତଳେ ପଡ଼ିଯାଇଥିଲେ । କିନ୍ତୁ ଏହି ସମୟରେ ସେଠାରେ ଠିଆ ହୋଇଥିବା ଜଣେ ଜଣେ ପୋଲିସ କର୍ମଚାରୀ ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ତାଙ୍କ ଜୀବନ ରକ୍ଷାକରିଥିଲେ ।

ଏହି ମାମଲାଟି ଆନ୍ଧ୍ରପ୍ରଦେଶରୁ ସାମ୍ନାକୁ ଆସିଛି । ସେଠାରେ ମହା ପଦଯାତ୍ରା ପ୍ରଦର୍ଶନରେ ଅଂଶଗ୍ରହଣ କରୁଥିବା ଜଣେ ଚାଷୀଙ୍କୁ ଅଚାନକ୍ କାର୍ଡିଆକ୍ ଆରେଷ୍ଟ ଆସିଥିଲା ଓ ସେ ତଳକୁ ଖସିପଡ଼ିଥିଲେ । ଏହି ସମୟରେ ପ୍ରଦର୍ଶନୀରେ ଭାଗ ନେଇଥିବା ଚାଷୀମାନେ ଭିଡ଼ ଜମାଇଥିଲେ ଓ ଚାରିଆଡେ ହଇଚଇ ସୃଷ୍ଟି ହୋଇଥିଲା । ଏହା ପରେ ସେଠାରେ ଥିବା ଜଣେ ପୋଲିସ କର୍ମଚାରୀ ତତ୍ପରତା ଦେଖାଇଥିଲେ ଓ ଦୌଡ଼ିଯାଇ ଚାଷୀଙ୍କ ପାଖରେ ପହଞ୍ଚିଥିଲେ ।

ଏହା ପରେ ପୋଲିସ ଚାଷୀଙ୍କ ଛାତିକୁ ଜୋର ଜୋରରେ ଦବାଇବା ଆରମ୍ଭ କରିଥିଲେ । କୃଷକଙ୍କ ନିଶ୍ୱାସ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସେ ସି.ଆର.ପି ଜାରି ରଖିଥିଲେ । ଏହି ପୋଲିସ ଅଧିକାରୀ ଆନ୍ଧ୍ରପ୍ରଦେଶ ପୋଲିସର ସର୍କଲ୍ ଇନ୍ସପେକ୍ଟର (ସିଆଇ) ରହେନ୍ଦ୍ରବର୍ମା ବୋଲି ଜଣାପଡିଛି । ଅବଶ୍ୟ ଏହା ପରେ କୃଷକଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା । ବର୍ତ୍ତମାନ ଚାଷୀଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି ।

ପୋଲିସ୍ ମହାନିର୍ଦ୍ଦେଶକ କେ.ଭି ରାଜେନ୍ଦ୍ରନାଥ ରେଡ୍ଡୀ ମଧ୍ୟ ସିଆଇ ଦ୍ୱାରା କରାଯାଇଥିବା ସି.ଆର.ପି. ଘଟଣାକୁ ପ୍ରଶଂସା କରିଛନ୍ତି । ପୋଲିସ ତୁରନ୍ତ ନିଜର ଦକ୍ଷତା ପ୍ରଦର୍ଶନ କରି କିପରି ଚାଷୀଙ୍କ ଜୀବନ ରକ୍ଷା କରିଥିଲେ, ତାହା ଭିଡିଓରେ ଦେଖିବାକୁ ମିଳିଛି । ଏହାର ଭିଡିଓ ଆନ୍ଧ୍ରପ୍ରଦେଶ ପୋଲିସର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ପୋଷ୍ଟ କରାଯାଇଛି ।

Get real time updates directly on you device, subscribe now.