fbpx
BJD SKY
BJD SKY

‘ବାଣ ଫୁଟାନ୍ତୁ ନାହିଁ, ମିଠା ପାଇଁ ନିଜର ଟଙ୍କା ଖର୍ଚ୍ଚ କରନ୍ତୁ’: ସୁପ୍ରିମକୋର୍ଟ

BJD

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ଅଞ୍ଚଳରେ ବାଣ ଉପରେ ଲାଗିଥିବା ନିଶେଧାଦେଶ ଉପରେ ତୁରନ୍ତ ଶୁଣାଣି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ବାଣ ଉପରେ ଲାଗିଥିବା ନିଶେଧାଦେଶକୁ ଉଠାଇବାକୁ ସୁପ୍ରିମକୋର୍ଟ ମନା କରି ‘ମିଠା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ’ ସୁପ୍ରିମକୋର୍ଟ ବାଣ ବିକ୍ରେତାଙ୍କୁ କହିଛନ୍ତି। ଏହା ସହିତ କୋର୍ଟ କଡ଼ା ଭାଷାରେ କହିଥିଲେ ଯେ, ‘ଲୋକମାନଙ୍କୁ ନିର୍ମଳ ବାୟୁମଣ୍ଡଳରେ ନିଶ୍ୱାସ ନେବାକୁ ଦିଅନ୍ତୁ।’

ଏହପୁର୍ବରୁ ଦିଲ୍ଲୀହାଇକୋର୍ଟ ମଧ୍ୟ ଏହି ମାମଲାରେ ବିଚାର କରିବାକୁ ମନା କରି ଦେଇଥିଲେ। ଦିଲ୍ଲୀ ହାଇକୋର୍ଟରୁ ଝଟକା ପାଇବା ପରେ ଆବେଦନକାରୀମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ସୁପ୍ରିମକୋର୍ଟଙ୍କ ଶୁଣାଣି ମନା କରିବାର ଅର୍ଥ ହେଉଛି ଯେ ଦିପାବଳୀ, ଛଟ୍ ସମେତ ଦିଲ୍ଲୀ-ଏନସିଆରରେ ଥିବା ସମସ୍ତ ପର୍ବରେ ବାଣ ଉପରେ ପ୍ରତିବନ୍ଧକ ଲାଗୁ ହେବ।

ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ ସବୁଜ ବାଣ ବିକ୍ରୟ ପାଇଁ ଅନୁମତି ମାଗିଥିବା ଆବେଦନ ଶୁଣିବାକୁ ମନା କରିଦେଇଥିଲେ। ହାଇକୋର୍ଟ କହିଛନ୍ତି ଯେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରୁଛନ୍ତି ତେଣୁ ହାଇକୋର୍ଟ ଶୁଣାଣି କରିପାରିବେ ନାହିଁ। ଦିଲ୍ଲୀର ୫୦ ରୁ ଅଧିକ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀ ସବୁଜ ବାଣ ବିକ୍ରୟ ପାଇଁ ଅନୁମତି ମାଗିଥିଲେ।

ତେବେ ଦିଲ୍ଲୀ ସରକାର ଏହି ମାମଲାରେ କହିଛନ୍ତି ଯେ, ଏନଜିଟିଙ୍କ ନିଷ୍ପତିକୁ ନଜରରେ ରଖି ବାଣ ବିକ୍ରୀ ଏବଂ ଗଚ୍ଛିତ ଉପରେ ସରକାର ଏହି ନିଷତି ନେଇଛନ୍ତି। ଦିଲ୍ଲୀ ସରକାର ପ୍ରତିବନ୍ଧକ ଲାଗୁ ସମୟରେ ଏହା ମଧ୍ୟ କହିଥିଲେ ଯେ, ସବୁଜ ବାଣ ଉପରେ ମଧ୍ୟ ଦିଲ୍ଲୀ ସରକାର ପ୍ରତିବନ୍ଧକ ଲଗାଇଛନ୍ତି।

Get real time updates directly on you device, subscribe now.