fbpx
BJD SKY
BJD SKY

‘Ego’ ହେଉଛି ଏପରି ତିନୋଟି ଅକ୍ଷର ଶବ୍ଦ ଯାହା ସମ୍ପର୍କକୁ ନଷ୍ଟ କରିଥାଏ: ହାଇକୋର୍ଟ

BJD

ଚେନ୍ନାଇ: ପରିବାର ମଧ୍ୟରେ ସମ୍ପର୍କକୁ ଖରାପ କରୁଛି ଅହଙ୍କାର(ଇଗୋ)। ଶିଶୁର କଲ୍ୟାଣ ପାଇଁ ଅଭିଭାକମାନେ ସେମାନଙ୍କର ‘ଅହଙ୍କାର’ କୁ ଦୂରେଇ ରଖିବା ଉଚିତ୍। ଏକ ହେବିଅସ୍ କର୍ପସ ଆବେଦନକୁ ଖାରଜ କରି ମାଡ୍ରାସ୍ ହାଇକୋର୍ଟ କହିଛନ୍ତି ଯେ, ପିଲା ସ୍ୱାମୀଙ୍କ ପାଖରେ ରହିବା ବେଆଇନ କୁହାଯାଇ ପାରିବ ନାହିଁ। କୋର୍ଟ ଏହି ଆବେଦନକୁ ଖାରଜ କରିବା ସହ ମହିଳା ଜଣକ ଅନ୍ୟ କୌଣସି ଫୋରମରେ ଏହି ମାମଲାକୁ ଉଠାଇ ପାରିବେ ବୋଲି କହିଛନ୍ତି।

ମହିଳା ଜଣକ କୋର୍ଟଙ୍କ ନିକଟରେ ହେବିଅସ୍ କର୍ମସ ମାଧ୍ୟମରେ ଦାବି କରିଥିଲେ ଯେ, ତାଙ୍କ ସ୍ୱାମୀ ସେମାନଙ୍କର ଚାରି ବର୍ଷର ପୁଅକୁ ବେଆଇନ ହେପାଜତରେ ରଖିଛନ୍ତି। ଏହି ମାମଲାରେ ମହିଳା ଜଣକ ଦର୍ଶାଇଥିଲେ ଯେ, ସେମାନଙ୍କର ବୈବାହିକ ବିବାଦ କାରଣରୁ ସେ ତାଙ୍କର ପୁଅ ସହିତ ବାପଘରକୁ ଚାଲିଯାଇଥିଲେ। ଯେଉଁଠାରେ ସେମାନଙ୍କର ଦ୍ୱିତୀୟ ସନ୍ତାନ ଜନ୍ମ ନେଇଥିଲା। ଏହାରି ମଧ୍ୟରେ ତାଙ୍କ ସ୍ୱାମୀ ପୁଅଟିକୁ ତାଙ୍କ ଘରକୁ ନେଇ ଆସିଥିଲେ।

ଏହି ଅଭିଯୋଗ ବିରୁଦ୍ଧରେ ମହିଳାଙ୍କ ସ୍ୱାମୀ ମଧ୍ୟ ମାମଲା ଦାୟର କରିଛନ୍ତି। ସେ ଅଭିଯୋଗ ଲଗାଇଛନ୍ତି ଯେ, ତାଙ୍କର ସ୍ତ୍ରୀ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବା ପଇଁ ନାବାଳକ ପୁଅକୁ ତାଙ୍କ ହେପାଜତରେ ଛାଡ଼ି ଦେଇ ବାପଘରକୁ ଚାଲିଯାଇଥିଲେ। ମହିଳାଙ୍କ ସ୍ୱାମୀ ଛାଡପତ୍ର ପାଇଁ ପିଟିସନ ଦାଖଲ କରିବାର ନୋଟିସ୍ ପାଇବା ପରେ ସେ ଏହି ଅଭିଯୋଗ କରିଛନ୍ତି। ଏହି ମାମଲାକୁ ଜଷ୍ଟିସ ବୈଦ୍ୟନାଥନ ଅନୁଧ୍ୟାନ କରି କହିଥିଲେ ଯେ, ଯେଉଁଠାରେ ଅହଙ୍କାର ଏବଂ ଅସହିଷ୍ଣୁତା ‘ଚପଲ’ ପରି ଅଟେ ଯାହା ଘର ବାହାରେ ଛାଡି ଦିଆଯିବା ଉଚିତ୍। ଯାହା ଦ୍ୱାରା ପିଲାଟି ଦୁଖଃଦ ଜୀବନ ପାଇବ ନାହିଁ।

କୋର୍ଟ ପତ୍ନୀଙ୍କୁ ଏକ ଗଛର ଚେର ଏବଂ ସ୍ୱାମୀକୁ ଏହାର ଗଣ୍ଡି ସହିତ ତୁଳନା କରି କହିଥିଲେ ଯେତେବେଳେ କୌଣସି ଗଛର ଚେର ନଷ୍ଟ ହୋଇଯାଏ, ସେତେବେଳେ ପୁରା ପରିବାର ନଷ୍ଟ ହୋଇଯାଏ। ତେଣୁ ସ୍ୱାମୀ ମଧ୍ୟ ସ୍ତ୍ରୀଙ୍କର କଲ୍ୟାଣ ପାଇଁ ଦୃଷ୍ଟି ଦେବା ଆବଶ୍ୟକ।

Get real time updates directly on you device, subscribe now.