fbpx
BJD SKY
BJD SKY

ଭଦ୍ରକ-ଖଡ଼ଗପୁର ମେମୁ ପାସେଞ୍ଜର ଟ୍ରେନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

BJD

ବାଲେଶ୍ୱର: ବାହାନଗା ପୂର୍ବରୁ ପାସେଞ୍ଜର ଟ୍ରେନରେ ହୋଇଛି ଅଗ୍ନିକାଣ୍ଡ । ଭଦ୍ରକ-ଖଡ଼ଗପୁର ମେମୁ ପାସେଞ୍ଜର ଟ୍ରେନରେ ନିଆଁ ଲାଗିଥିବା ସୂଚନା ମିଳିଛି । ଟ୍ରେନ୍ ଚାଲୁଥିବା ସମୟରେ ପଛବଗିରେ ଲାଗିଯାଇଥିଲା ନିଆଁ । ସୂଚନା ମିଳିବା ପରେ ବାହାନଗା ଷ୍ଟେସନରେ ଜରୁରୀକାଳୀନ ଭିତ୍ତିରେ ଟ୍ରେନଟି ଅଟିକିଛି । ଷ୍ଟେସନ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଛନ୍ତି ।

ନିଆଁକୁ ଆୟତ୍ତ କରିବା ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଶତାଧିକ ଟ୍ରେନ୍ ଯାତ୍ରୀ । ଚକାରୁ ଟ୍ରେନରେ ନିଆଁ ଲାଗିଥିବା ସୂଚନା ମିଳିଛି । ଅନ୍ୟପଟେ ଘଟଣାର ପ୍ରାଥମିକ ତଦନ୍ତ ଜାରି ରହିଛି ।

ତେବେ ଏହାର କିଛି ଦିନ ପୂର୍ବରୁ ଗୁନ୍ଦିଆ-ଝାରସୁଗୁଡ଼ାରେ ପାସେଞ୍ଜର ଟ୍ରେନରେ ନିଆଁ ଲାଗିଥିଲା । ବ୍ରଜରାଜନଗର ଷ୍ଟେସନରେ ଛିଡ଼ା ହୋଇଥିବା ସମୟରେ ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ନିଆଁକୁ ଲିଭାଇବାକୁ ଅଗ୍ନଶମ ବାହିନୀ ଅନେକ ପ୍ରୟାସ କରିବା ପରେ ଶେଷରେ ନିୟନ୍ତ୍ରଣକୁ ଆଣିଥିଲା । ଏଥିରେ ଟ୍ରେନ୍ ଚାଳକ ସୁରକ୍ଷିତ ଥିବା ସୂଚନା ମୁଲିଥିଲା । କିନ୍ତୁ ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।

Get real time updates directly on you device, subscribe now.