fbpx
BJD SKY
BJD SKY

ଇସ୍ତଫା ଦେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍: ମାତ୍ର ୪୫ ଦିନ ପରେ ଛାଡ଼ିଲେ ପଦବୀ

BJD

ନୂଆଦିଲ୍ଲୀ: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଛନ୍ତି ଲିଜ୍ ଟ୍ରସ୍ । ଦାୟିତ୍ୱ ଗ୍ରହଣର ୪୪ ଦିନ ପରେ ଟ୍ରସ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ବଜେଟକୁ ନେଇ ଜନ ଆକ୍ରୋଶର ଶିକାର ହୋଇଥିଲେ । ପ୍ରତିଶ୍ରୁତି ପାଳନରେ ଖିଲାପ ନେଇ ଅସନ୍ତୋଷ ତେଜିଥିଲା । ପ୍ରଧାନମନ୍ତ୍ରୀ ପଦ ସହିତ କଞ୍ଜରଭେଟିଭ ଦଳର ନେତା ପଦରୁ ମଧ୍ୟ ସେ ଇସ୍ତଫା ଦେଇଛନ୍ତି ।

ଇସ୍ତଫା ଦେବା ପରେ ଟ୍ରସ୍ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ବର୍ତ୍ତମାନର ପରିସ୍ଥିତିକୁ ଦେଖି ଲାଗୁଛି କି ଯେଉଁ କାମ ପାଇଁ ନିର୍ବାଚିତ ହୋଇଥିଲି, ତାହା କରିପାରିଲି ନାହିଁ । ସେଥିପାଇଁ ମୁଁ ଏବେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି । ମୁଁ ଯେବେ ପ୍ରଧାନମନ୍ତ୍ରୀ ହୋଇଥିଲି, ସେବେ ଦେଶରେ ଆର୍ଥିକ ଅବସ୍ଥା ସ୍ଥିର ନଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଁ କନଜରଭେଟିଭ୍ ପାର୍ଟି ଦ୍ୱାରା ମନୋନୀତ ହୋଇଥିବା ଆଦେଶ ପ୍ରଦାନ କରିପାରିନାହିଁ। ତେଣୁ ମୁଁ କନଜରଭେଟିଭ୍ ଦଳର ନେତା ପଦରୁ ଇସ୍ତଫା ଦେଉଛି ବୋଲି ମହାରାଜାଙ୍କ ସହ କଥା ହୋଇଛି ।’

Get real time updates directly on you device, subscribe now.