fbpx

ଆସିଲା LICର ସୁପରହିଟ୍ ଯୋଜନା, ମାତ୍ର ୧୨୧ ଟଙ୍କା ଜମା କରି ପାଆନ୍ତୁ ୨୭ ଲକ୍ଷ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ବୀମା କମ୍ପାନୀ LIC ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଲାଗି ବିଭିନ୍ନ ଯୋଜନା ପ୍ରଣୟନ କରିଥାଏ ଯାହା ବଡ ରକମର ଫଣ୍ଡ ଯୋଗାଡ କରିବାରେ ସହାୟକ ହୋଇଥାଏ । ବିଶେଷ କରି କନ୍ୟାମାନଙ୍କ ପାଇଁ LIC ଅଧିକ ଯୋଜନା ପ୍ରସ୍ତୁତ କରିଛି । ଏହି ସମସ୍ତ ଯୋଜନା ପିଲାର ପଢା ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସବୁଥିରେ କାମରେ ଆସିଥାଏ ।

ଭାରତରେ ଏକ କନ୍ୟା ସନ୍ତାନ ଜନ୍ମ ହେଲେ ତାର ପାଠ ପଢା ଓ ବିବାହ ଖର୍ଚ୍ଚକୁ ନେଇ ପରିବାର ଲୋକେ ଅଧିକ ଚିନ୍ତା କରିଥାନ୍ତି । ଯଦି ଆପଣ ବି ଏହି ଲିଷ୍ଟରେ ଅଛନ୍ତି ତେବେ LIC Kanyadan Policy  କନ୍ୟାଦାନ ପଲିସି ଆପଣଙ୍କ ସମସ୍ତ ଚିନ୍ତା ଦୂର କରିଦେବ ।ଏହି ପଲିସି କେବଳ ଆପଣଙ୍କ କନ୍ୟାର ଭବିଷ୍ୟତକୁ ସୁରକ୍ଷିତ ରଖିବ ନାହିଁ ବରଂ ବିବାହ ସମୟରେ ପଇସା ଚିନ୍ତାରୁ ଆପଣ ମୁକ୍ତି ପାଇଯିବେ । ଏହି ଯୋଜନାରେ ଆପଣଙ୍କୁ ପ୍ରତିଦିନ ୧୨୧ ଟଙ୍କା ଜମା କରିବାକୁ ହେବ । ଏହି ହିସାବରେ ପ୍ରତି ମାସରେ ଆପଣଙ୍କୁ ମୋଟ ୩,୬୦୦ଟଙ୍କା ଜମା କରିବାକୁ ହେବ । ଏହି ନିବେଶ ଜରିଆରେ ୨୫ ବର୍ଷ ପୁରା ହେବା ପରେ ଆପଣଙ୍କୁ ଏକ ସମୟରେ ୨୭ ଲକ୍ଷ ଟଙ୍କା ମିଳିବ ।

ଏହି ପଲିସିକୁ ୧୩ରୁ ୨୫ ବର୍ଷ ମାଚ୍ୟୁରିଟି ପିରିୟଡ ପର୍ଯ୍ୟନ୍ତ ଆପଣ ନେଇପାରିବେ । ଗୋଟିଏ ପଟେ ଏହି ସ୍କିମ୍‌ରେ ଆପଣ ଦିନକୁ ୧୨୧ ଟଙ୍କା ସଞ୍ଚୟ କରି ଝିଅ ପାଇଁ ୨୭ ଲକ୍ଷ ଟଙ୍କା ଯୋଗାଡ କରିପାରୁଥିବା ବେଳେ ଅନ୍ୟପଟେ ଆପଣ ଦିନକୁ ୭୫ ଟଙ୍କା ନିବେଶ କରି ମାଚ୍ୟୁରିଟି ପିରିୟଡରେ ଆପଣ ୧୪ ଲକ୍ଷ ଯୋଗାଡ କରିପାରିବେ । ଆପଣ ଏହି ନିବେଶ ରାଶିକୁ ଆପଣଙ୍କ ଇଚ୍ଛା ଅନୁସାରେ କମ୍ ବା ବେଶୀ ବି କରିପାରିବେ । ଏହି ଆଧାରରେ ଆପଣଙ୍କ ଫଣ୍ଡ ବି ବଦଳିଯିବ ।

ଏହି ଯୋଜନା ପାଇଁ ଲାଭାର୍ଥୀଙ୍କ ପିତାଙ୍କ ବୟସ ଅତି କମ୍‌ରେ ୩୦ ହୋଇଥିବା ଉଚିତ ଓ କନ୍ୟା ବୟସ ଅତି କମ୍‌ରେ ୧ ବର୍ଷ ହୋଇଥିବା ଉଚିତ । ଅଧିକ ଫଣ୍ଡ ଜମା କ୍ଷେତ୍ରରେ ଏହି ପ୍ଲାନରେ ଟିକସ ଛାଡ ସୁବିଧା ମଧ୍ୟ ମିଳିଥାଏ । ଅନ୍ୟ ଏକ ବଡ ସୁବିଧା ହେଉଛି ପଲିସିହୋଲ୍ଡର ସହିତ ମାଚ୍ୟୁରିଟି ସମୟ ପୂର୍ବରୁ ଯଦି କିଛି ଅସୁବିଧା ହୋଇଯାଏ କିମ୍ବା ଅସମୟ ମୃତ୍ୟୁ ହୋଇଯାଏ ତେବେ ଏପରି ସ୍ଥିତିରେ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାର ପ୍ରାବଧାନ ରହିଛି । ପଲିସିର ମାଚ୍ୟୁରିଟି ପିରିୟଡ ପୁରା ହୋଇଗଲେ ସଂପୂର୍ଣ୍ଣ ୨୭ ଲକ୍ଷ ଟଙ୍କା ମିଳିଯିବ ।

Get real time updates directly on you device, subscribe now.