fbpx
BJD SKY
BJD SKY

ଲଣ୍ଡନରେ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ, NITI ଆୟୋଗ ସହ ଜଡ଼ିତ ଥିଲେ

BJD

ନୂଆଦିଲ୍ଲୀ: ଲଣ୍ଡନରେ PhD କରୁଥିବା ତଥା NITI ଆୟୋଗରେ କାମ କରିଥିବା ଜଣେ ଭାରତୀୟ ଛାତ୍ରୀଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ସେ ହେଉଛନ୍ତି ୩୩ ବର୍ଷୀୟା ଚେଇସ୍ତା କୋଚର(Cheistha Kochhar) । ଗତ ସପ୍ତାହ ସେ ଲଣ୍ଡନ ସ୍ଥିତ ନିଜ ଘରୁକୁ ସାଇକେଲରେ ଫେରୁଥିବା ସମୟରେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।
ସୂଚନାରୁ ପ୍ରକାଶ ଚେଇସ୍ତା କୋଚର ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରୁ PhD କରୁଥିଲେ ଚେଇସ୍ତା କୋଚର । ଏହା ପୂର୍ବରୁ ସେ ପବ୍ଲିକ ପଲିସି ଥିଙ୍କ୍ ଟ୍ୟାଙ୍କ୍ NITI ଆୟୋଗ ସହ କାମ କରିଥିଲେ । ମାର୍ଚ୍ଚ ୧୯ରେ ଏକ ଦୁର୍ଘଟଣାରେ ସେ ପ୍ରାଣ ହରାଇଥିଲେ । ଚେଇସ୍ତାଙ୍କ ବିୟୋଗ ପରେ ତାଙ୍କ ପିତା ଜନରଲ ଏସପି କୋଚର(ଅବସରପ୍ରାପ୍ତ) ଝିଅର ପାର୍ଥିବ ଶରୀର ଆଣିବା ପାଇଁ ଲଣ୍ଡନ ଯାଇଛନ୍ତି । ଏନେଇ NITI ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତ ଚେଇସ୍ତାଙ୍କ ସହ ଜଡ଼ିତ ସ୍ମୃତି ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ ଶେୟାର କରି ଲେଖିଛନ୍ତି, ‘ଚେଇସ୍ତା କୋଚର ମୋ ସହ #LIFE କାର୍ଯ୍ୟକ୍ରମରେ କାମ କରିଥିଲେ । ଲଣ୍ଡନରେ ସାଇକେଲ ଚଲାଇବା ସମୟରେ ସେ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ । ସେ ପ୍ରତିଭାଶାଳୀ, ବାହାଦୁର ଏବଂ ମେଧାବୀ ଥିଲେ ।’

Get real time updates directly on you device, subscribe now.