fbpx

ବିହାରର ଲେଫ୍ଟନାଣ୍ଟ ଶିବାଙ୍ଗି ହେବେ ନୌସେନାର ପ୍ରଥମ ମହିଳା ପାଇଲଟ୍

ନୂଆଦିଲ୍ଲୀ,୨୩ ।୧୧: ଭାରତୀୟ ନୌସେନାରେ ପ୍ରଥମ ମହିଳା ପାଇଲଟ ଭାବେ ଲେଫ୍ଟନାଣ୍ଟ ଶିବାଙ୍ଗି ୨ ଡିସେମ୍ବରକୁ କାର୍ଯ୍ୟରେ ଯୋଗ ଦେବେ । ଶିବାଙ୍ଗି କୋଚ୍ଚୀରେ ଅପରେସନାଲ ଡ୍ୟୁଟିରେ ସାମିଲ ହେବେ । ସେ ୨ ଡିସେମ୍ବରରେ ଫିକ୍ସଡ ୱିଙ୍ଗ ଡୋର୍ନିୟର ସର୍ବିଲାଂସ ବିମାନ ଚଳାଇବେ । ତେବେ ଏହି ବିମାନ ସମୁଦ୍ର ମିଶନରେ ଥିବା କମ୍ ଦୂର ବାଟକୁ ପଠାଯାଇଥାଏ । ଏଥିରେ ଏଡବାଂସ ରଡାର, ଇଲେକ୍ଟ୍ରୋନିକ ସେନସର ଓ ନେଟୱାକିଙ୍ଗ ପରି ବହୁ ଉପକରଣ ରହିଥାଏ ।

ବିହାରର ମୁଜାଫରପୁରରେ ଶିବାଙ୍ଗିଙ୍କ ଘର । ସେଠାରେ ସେ ଡିଏଭି ପବ୍ଲିକ ସ୍କୁଲରେ ପାଠ ପଢୁଥିଲେ। ଭାରତୀୟ ନୌସେନା ଏକାଡେମୀରେ ଶିବାଙ୍ଗି ୨୭ଏନଓସି କୋର୍ସରେ ଯୋଗ ଦେଇଥିଲେ । ସେଠାରେ ସେ ପାଇଲଟ ଟ୍ରେନିଂ ଗ୍ରହଣ କରିଥିଲେ । ଗତ ବର୍ଷ ନୌସେନାର ବାଇସ ଆଡମିରାଲ ଏ. କେ. ଚାୱଲା ତାଙ୍କୁ ନୌସେନାରେ କମିଶନ କରିଥିଲେ ।

Get real time updates directly on you device, subscribe now.