fbpx

ବାୟୁ ପ୍ରଦୂଷଣ ଯୋଗୁଁ ୫ ବର୍ଷ କମିଯାଉଛି ମଣିଷର ଆୟୁଷ: ଧୂମ୍ରପାନ, ଏଡସ୍ ଓ ଆତଙ୍କବାଦଠାରୁ ବି ଏହା ଭୟଙ୍କର

ନୂଆଦିଲ୍ଲୀ: ଦିନକୁ ଦିନ ବିଭିନ୍ନ କାରଣରୁ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନନେବା ସମଗ୍ର ମାନବ ସମାଜ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି । ମରଣମୁହଁକୁ ଠେଲି ହୋଇଯାଇଛି ଶିଶୁଠାରୁ ଆରମ୍ଭ କରି ବୃଦ୍ଧଙ୍କ ଜୀବନ । ପ୍ରଦୂଷଣ ମହାମାରୀ ମଣିଷର ଆୟୁଷ ହ୍ରାସ କରୁଥିବା ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି । ତେବେ ଧୂମ୍ରପାନ, ଏଡସ୍ ଓ ଆତଙ୍କବାଦଠାରୁ ବି ଏହା ଭୟଙ୍କର ବୋଲି ଏକ ନୂଆ ରିସର୍ଚ୍ଚରୁ ଜଣାପଡ଼ିଛି ।

ନିକଟରେ ଆମେରିକାର ଚିକୋଗୋ ୟୁନିଭରସିଟିର ଏନର୍ଜି ପଲିସି ଇନଷ୍ଟିଚୁଟ୍ୟର (ଇପିଆସି) ପକ୍ଷରୁ ଏକ ରିସର୍ଚ୍ଚ କରାଯାଇଥିଲା । ଉକ୍ତ ଅଧ୍ୟୟନ ଅନୁଯାୟୀ, ବିଶ୍ୱର ମୋଟ ଜନସଂଖ୍ୟାର ୯୭ ପ୍ରତିଶତରୁ ଅଧିକ ଲୋକ ଅତ୍ୟଧିକ ବାୟୁ ପ୍ରଦୂଷିତ ଅଞ୍ଚଳରେ ରହୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଦ୍ୱାରା ଅନୁଶାସିତ ଗ୍ଲୋବାଲ ପିଏମ୨.୫ ସ୍ତରକୁ ଯଦି ପ୍ରତି ଘନ ମିଟର ପିଛା ୫ ମାଇକ୍ରୋଗ୍ରାମ ସ୍ତରକୁ ହ୍ରାସ କରାଯାଏ, ତେବେ ମଣିଷର ଆୟୁଷ ପାଖାପାଖି ୨.୨ ବର୍ଷ ବଢ଼ିଯିବ ।

କୁହୁଡ଼ି କାରଣରୁ ଦକ୍ଷିଣ ଏସିଆ ଲୋକଙ୍କ ଜୀବନ ପାଖାପାଖି ୫ ବର୍ଷ ହ୍ରାସ ପାଇଥିବା ଜଣାପଡ଼ିଛି । ୨୦୧୩ ପରେ ବିଶ୍ୱରେ ହୋଇଥିବା ବାୟୁ ପ୍ରଦୂଷଣର ୪୪ ପ୍ରତିଶତ କେବଳ ଭାରତରେ ହୋଇଛି । ତେବେ ପ୍ରଦୂଷଣର ପ୍ରଭାବକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଏନେଇ ଯଥାଶୀଘ୍ର ନୂଆ ପଲିସି ଇସ୍ୟୁ କରିବାକୁ ଗୁରୁତ୍ୱ ଦେଇଛନ୍ତି ଇପିଆଇସିର ନିର୍ଦ୍ଦେଶକ କ୍ରିଷ୍ଟା ହସେନକୋଫ ।

ହୁ’ର ମାନକ ଅଙ୍କ ପିଏମ୨.୫ ସ୍ତର ସହିତ ପ୍ରତି ଘନ ମିଟର ପିଛା ୧୦ ମାଇକେଗ୍ରାମ ସମ୍ପର୍କରେ ରହିଲେ ଆୟୁଷ ପାଖାପାଖି ୧ ବର୍ଷ ହ୍ରାସ ଘଟିବ ବୋଲି ଇପିଆଇସିର ପୂର୍ବ ଅଧ୍ୟୟନରେ କୁହାଯାଇଥିଲା । ତେବେ ଚଳିତ ବର୍ଷ ପ୍ରାରମ୍ଭରେ ପ୍ରଦୂଷଣର ଡାଟା ଉପରେ ସର୍ଭେ କରାଯାଇଥିଲା । ତେବେ ୨୦୨୧ରେ କୌଣସି ଦେଶ ହୁ’ର ୫-ମାଇକ୍ରୋଗ୍ରାମ ମାନକ ପର୍ଯ୍ୟନ୍ତ ପହଞ୍ଚି ପାରିନଥିବା ଜଣାପଡ଼ିଥିଲା ।

Get real time updates directly on you device, subscribe now.