fbpx

ମଙ୍ଗଳରେ ଜୀବନ ଧାରଣ ହେବ ସମ୍ଭବ: ରିସର୍ଚ୍ଚରୁ ହେଲା ବଡ ଖୁଲାସା(Video)

Advertisement

ନୂଆଦିଲ୍ଳୀ:ମଙ୍ଗଳରେ ଜୀବନ ଧାରଣକୁ ନେଇ ସାମ୍ନାକୁ ଆସିଲା ନୂଆ ତଥ୍ୟ । ମଙ୍ଗଳ ଗ୍ରହରେ ପାଣି ଅଛି ଆଉ ବିଗତ କିଛି ବର୍ଷ ହେଲା ମଙ୍ଗଳ ଖୁବ ଚଳନକ୍ଷମ ରହିଛି ବୋଲି କିଛି ବିଶେଷଜ୍ଞ ଏବେ ନୂଆ କରି ମତ ଦେଇଛନ୍ତି । ସୂଚନା ଅନୁଯାୟୀ ଲୋହିତ ଗ୍ରହରେ କ୍ୟୁରୋସିଟି ଓ ପର୍ସିଭିୟରାନ୍ସ ରୋଭର ଛାଡ଼ିଯିବାପରର ପାଦଚିହ୍ନ ବା ଗୁଲା ଆକାରର ପ୍ରତିଛବି ଏବେ ଦେଖିବାକୁ ମିଳିଛି । ଏଥିରୁ ସେଠି କିଛି ପ୍ରାକୃତିକ ଶକ୍ତି କାମ କରୁଥିବା ଆଭାସ ମିଳିଛି । ଏପଟେ ଅହମ୍ମଦାବାଦରେ ଥିବା ଫିଜିକାଲ ରିସର୍ଚ୍ଚ ଲାବୋରଟୋରି ଆଧାରରେ ମଙ୍ଗଳ ପୃଷ୍ଠରେ କିଛି ପଥରଖଣ୍ଡ ବା ବୋଲଡ଼ର ଗୁଡ଼ିକ ଗଡ଼ି ଯାଇ କିଛି ଟ୍ରାକ ସୃଷ୍ଟି କରିଛନ୍ତି ଯାହା ଏବେ ଦେଖିବାକୁ ମିଳିଛି । ତେଣୁ ନିକଟ ଅତୀତରେ ତଥା ମାତ୍ର ଦୁଇ ଚାରି ବର୍ଷ ହେବ ଲୋହିତ ଗ୍ରହ କୁହା ଯାଉଥିବା ମଙ୍ଗଳ ଖୁବ ଚଳନ କ୍ଷମ ହୋଇଛି ବୋଲି ଅନୁମାନ କରାଯାଉଛି । ଫିଜିକାଲ ରିସର୍ଚ୍ଚ ଲାବୋରଟୋରୀର ଗ୍ରହ ବିଜ୍ଞାନ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଡ଼. ଏସ୍ ବିଜୟନ କହିଛନ୍ତି ଯେ ଏହି ବୋଲଡ଼ର ଟ୍ରାକ ହେବାକୁ ମଙ୍ଗଳ ପାଇଁ ଦୁଇ ଚାରି ବର୍ଷର ସମୟ ଲଗେ । ଅର୍ଥାତ ପୃଥିବୀ ପାଇଁ ତାହା ପ୍ରାୟ ୪ ରୁ ଆଠ ବର୍ଷ ସମୟ ।

ଅନ୍ୟ ଏକ ବଡ଼ କଥା ହେଉଛି ମଙ୍ଗଳରେ ଏ ଚିହ୍ନ ଗୁଡ଼ିକ ନୂଆ କରି ହୋଇଛି ତେଣୁ ଗତ କିଛି ବର୍ଷ ଧରି ମଙ୍ଗଳ ଖୁବ ସକ୍ରିୟ ରହିଛି । ଆଉ ହୁଏତ ଆଗକୁ ଏିଂ ଜୀବନ ଧାରଣ ବି ହୋଇ ପାରିବ ବୋଲି ଆଶା କରାଯାଉଛି । ଏବେ ନାସା ପକ୍ଷରୁ ଏକ ରିପୋର୍ଟ ନାସା ୱେବସାଇଟରେ ପୋଷ୍ଟ କରାଯାଇଛି । ଯେଉଁଥିରେ ପୂର୍ବାପେକ୍ଷା ମଙ୍ଗଳରେ ଏବେ ଅଧିକ ମାତ୍ରାର ପାଣି ଥିବା ନଜର ଆସିଥିବା ନେଇ ନାସା ଫଟୋ ମଧ୍ୟ ପୋଷ୍ଟ କରିଛି । ତେଣୁ ପାଣି ଥିଲେ ଜୀବନ ଧାରଣ ସମ୍ଭବ ହେବ ବୋଲି ଅନେକ ବିଶେଷଜ୍ଞ ପୂର୍ବରୁ ଦେଇଥିବା ମତ ଏବେ ସତ ହେବାକୁ ଯାଉଥିବା କୁହାଯାଉଛି । ତେଣୁ ମଙ୍ଗଳକୁ ନେଇ ଗଭୀର ଗବେଷଣା କରାଯିବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.