fbpx

କରୋନାକୁ ନେଇ ସୃଷ୍ଟି ହେଲା ହଇଚଇ! କରୋନା ଭ୍ୟାକ୍ସିନ ନେଇଥିବା କୋଟି କୋଟି ଲୋକଙ୍କ ଜୀବନ ବିପଦରେ, ଜାଣନ୍ତୁ କ’ଣ ସତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଓ ଟିକାକରଣ ଜାରି ରହିଥିବା ବେଳେ ଏହି ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସାମନାକୁ ଆସିଛି । ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏକ ଖବର ଖୁବ ବେଶୀ ଭାଇରାଲ୍ ହେଉଥିବାର ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ଯେଉଁମାନେ ବର୍ତ୍ତମାନ ସୁଦ୍ଧା କରୋନା ଭ୍ୟାକ୍ସିନ ନେଇଛନ୍ତି, ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି । କାନାଡ଼ାର ଲାଇଫସାଇଟ୍ ନାମକ ଏକ ୱେବସାଇଟରେ ଏନେଇ ଉଲ୍ଲେଖ କରାଯାଇଛି । ଫ୍ରାନ୍ସର ନୋବେଲ ବିଜେତା ଲୁଚ ମୋଣ୍ଟାନିୟର ଏହି ସୂଚନା ଦେଇଥିବା ଜଣାପଡ଼ିଛି ।

୨୦୦୮ ମସିହାର ନୋବେଲ ବିଜେତା ତଥା ଭାଇରୋଲୋଜିଷ୍ଟ ପ୍ରଫେସର ଲୁଚ ଦୃଢ଼ତାର ସହ ପ୍ରକାଶ କରିଛନ୍ତି ଯେ, ଲୋକଙ୍କୁ ଭ୍ୟାକ୍ସିନ ଦେବା ହେଉଛି ଏକ ମସ୍ତବୁଡ଼ ଭୁଲ୍ ପଦକ୍ଷେପ । ଏହାଦ୍ୱାରା ନୂଆ ନୂଆ ଭାରିଏଣ୍ଟ ସୃଷ୍ଟି ହେବ, ଯାହାକି ମୃତ୍ୟୁ ସମ୍ଭାବନାକୁ ବୃଦ୍ଧି କରିବ । ଭ୍ୟାକ୍ସିନ ଲଗାଇବା ଦ୍ୱାରା ଆଣ୍ଟିବଡି ସୃଷ୍ଟି ହୋଇଥାଏ, ମାତ୍ର ଏହା ଫଳରେ କର ବା ମର ପରିସ୍ଥିତି ସୃଷ୍ଟି ହୋଇଥାଏ । ଫଳରେ ଭାଇରସ ନିଜର ଅସ୍ତିତ୍ୱକୁ ବଞ୍ଚାଇବାକୁ ଯାଇ ସମାଧାନର ବାଟ ଖୋଜିଥାଏ । ତେଣୁ ଏପରି ସ୍ଥିତିରେ ନୂଆ ଭାରିଏଣ୍ଟ ସୃଷ୍ଟି ହେବାର ସମ୍ଭାବନା ରହିଥାଏ । ତେବେ ବିଶ୍ୱର ଅଧିକାଂଶ ପ୍ରସିଦ୍ଧ ବୈଜ୍ଞାନିକମାନେ ଏହି ଯୁକ୍ତିକୁ ଗ୍ରହଣ କରିନାହାନ୍ତି । ତେବେ ଭ୍ୟାକ୍ସିନ ଲଗାଇବା ଦ୍ୱାରା ଆଣ୍ଟିବଡିରୁ ନୂଆ ଭାରିଏଣ୍ଟ ସୃଷ୍ଟି ହେବା ଅସମ୍ଭବ ବୋଲି ଅନେକ ବୈଜ୍ଞାନିକ କହିଛନ୍ତି ।

Get real time updates directly on you device, subscribe now.