fbpx

International Youth Day: ଯୁବାବସ୍ଥାରେ ଏହି ଭୁଲ କରି ଜୀବନକୁ କରନ୍ତୁ ନାହିଁ ବର୍ବାଦ, ଯୁବକଙ୍କୁ କ’ଣ କହେ ଚାଣକ୍ୟ ନୀତି

ଓଡିଶା ଭାସ୍କର: ଦେଶର ଭବିଷ୍ୟତ ଯୁବକଙ୍କ ଉପରେ ନିର୍ଭର କରେ । କାରଣ ସେମାନେ ହିଁ ତ ଦେଶର ମେରୁଦଣ୍ଡ । ଯଦି ମେରୁଦଣ୍ଡ ଭୁଶୁଡିବ, ଦେଶ ମଧ୍ୟ ଭୁଶୁଡିଯିବ । ଯୁବକମାନଙ୍କୁ ଉତ୍ସାହିତ କରିବା ତଥା ସେମାନଙ୍କୁ ସଶକ୍ତ କରିବା ପାଇଁ ପ୍ରତିବର୍ଷ ୧୨ ଅଗଷ୍ଟରେ ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଏ । ଭାରତକୁ ତ ଯୁବକଙ୍କ ଦେଶ କୁହାଯାଏ । ଅନ୍ତର୍ଜାତୀୟସ୍ତରରେ ୧୨ ଅଗଷ୍ଟରେ ଏହି ଦିବସ ପାଳନ କରାଯାଉଥିଲେ ମଧ୍ୟ ଭାରତରେ ଏହା ୧୨ ଜାନୁଆରୀରେ ମଧ୍ୟ ପାଳିତ ହୁଏ । କାରଣ ଏହି ଦିନ ସ୍ୱାମୀ ବିବେକାନ୍ଦଙ୍କ ଜନ୍ମ ହୋଇଥିଲା ।

ଶିଶୁରୂପରେ ଜନ୍ମ ହେବା ପରେ ଜଣେ ଜୀବନରେ ଅନେକ ଅବ୍ୟବସ୍ଥା ଦେଇ ଗତି କରେ । ଯୁବାବସ୍ଥା ମଧ୍ୟ ଜୀବନରେ ବେଶ୍ ଗୁରୁତ୍ୱ ବହନ କରେ । ଯୁବକମାନଙ୍କ ଶି୭ା, ଜ୍ଞାନ, କଳା-କୌଶଳ, ଉଚିତ ଆଚରଣ ତଥା ମାର୍ଜିତ ବ୍ୟବହାର ତାଙ୍କ ଜୀବନକୁ ସଫଳ କରେ ଓ ଦେଶର ଭବିଷ୍ୟତକୁ ସୁଦୃଢ କରେ । ମାତ୍ର ଯୁବାବସ୍ଥା ସେହି ସମୟ ଅଟେ ଯେଉଁଥିରେ ଜଣେ ବହୁତ ଭୁଲ ମଧ୍ୟ କରେ । ଏମିତି ଭୁଲରୁ ରକ୍ଷା ପାଇବା ପାଇଁ ଚାଣକ୍ୟ କୁହନ୍ତି..

.ମୁର୍ଖତା ଜୀବନର ସବୁଠୁ ବଡ କଷ୍ଟ ବୋଲି ଚାଣକ୍ୟ କୁହନ୍ତି । ମୁର୍ଖତା କାରଣରୁ ଜଣେ ଜୀବନରେ ସୁଖ ପାଇବାରେ ବିଫଳ ହୁଏ ଓ କଷ୍ଟ ଭୋଗ କରେ । ସେଥିପାଇଁ ମୁର୍ଖଠୁ ଯୁବକମାନେ ଦୂରତା ରଖିବା ଆବଶ୍ୟକ । ନହେଲେ ସେମାନେ ଅନେକ ମୁର୍ଖାମୀର ଶିକାର ହେବା ଥୟ ।
.ଯୁବାବସ୍ଥାରେ ଅନେକ ଇଚ୍ଚା ଥାଏ । ଯାହାକୁ ନେଇ ଧୈର୍ଯ୍ୟର ସହ ଆମକୁ ମୁକାବିଲା କରିବାକୁ ହେବ । କାରଣ ସର୍ବଦା ସବୁ ଇଚ୍ଛା ପୂରଣ ହୋଇ ନ ପାରେ । ନହେଲେ ଜୀବନରେ ଅନେକ ଦୁଃଖ ଆସିବ ଓ ଜଣେ ନିରାଶ ତଥା ହତାଶ ହୋଇଯିବ ।
.କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଯୁବକଙ୍କୁ ପ୍ରଥମେ ନିଜେ ନିଜକୁ ପଚାରିବା ଦରକାର ଯେ ସେ ଏହି କାର୍ଯ୍ୟ କାହିଁକି କରୁଛନ୍ତି । ଏହାର ପରିଣାମ କ’ଣ ହେବ ଓ ସେ ସଫଳ ହେବେ କି ନାହିଁ ।
.କୌମସି କର୍ଯ୍ୟକୁ ଥରେ ଆରମ୍ଭ କଲେ ତାହାକୁ ମନପ୍ରାଣ ଦେଇ କରନ୍ତୁ । ବାଧାବିଘ୍ନ ଆସିଲେ କାର୍ଯ୍ୟ କରିବାରୁ ଓହରି ଯାଆନ୍ତୁ ନାହିଁ । ଇମାନଦାରୀର ସହ କାମ କରନ୍ତୁ । ସଫଳତା-ବିଫଳତା କେବେ ବି ଆପଣଙ୍କୁ ଦୁଃଖ ଦେବ ନାହିଁ ।
. ଭୟ ଆସିଲେ ତାହାକୁ ଆକ୍ରମଣ କରି ତାହାକୁ ସମାପ୍ତ କରିଦେବା ଦରକାର । ନହେଲେ ଆହୁରି ଭୟଭୀତ ହେବେ ଓ ଜୀବନ କଷ୍ଟଭରା ହୋଇ ଯିବ ।

Get real time updates directly on you device, subscribe now.