fbpx

ମେ’ ୬ରେ ଲଘୁଚାପ! ଜାଣନ୍ତୁ ଏନେଇ କ’ଣ କହିଲେ IMD ନିର୍ଦ୍ଦେଶକ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସାମ୍ନାକୁ ଆସିଛି ଏକ ଆଶ୍ୱସ୍ତିକର ଖବର । ଆସନ୍ତା ମେ’ ୬ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

ସେ କହିଛନ୍ତି ଯେ, ‘୬ ତାରିଖ ପାଖାପାଖି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । । ଦକ୍ଷିଣ ଆଣ୍ଡାମାନ ସାଗର ଓ ନିକଟ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ମେ’ ମାସରେ ଲଘୁଚାପ ହେଲେ ତୀବ୍ରତା ବଢ଼ିବା ସମ୍ଭାବନା ଅଧିକ ଥାଏ । ତେଣୁ ୬ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଏହା ଅଧିକ ତୀବ୍ର ହୋଇପାରେ ।’ ତେବେ ଲଘୁଚାପ କିଭଳି ତୀବ୍ରତର ହେବ ଓ କୁଆଡେ ଗତି କରିବ, ତାହା ସ୍ପଷ୍ଟ ହୋଇନି ବୋଲି ଆଇଏମଡି ନିର୍ଦ୍ଦେଶକ କହିଛନ୍ତି ।

ତେବେ ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇପଡ଼ିଛି । ପ୍ରଚଣ୍ଡ ତାତି ଯୋଗୁଁ ଲୋକେ ପଦାକୁ ବାହାରିବା ପାଇଁ ଭୟ କରୁଛନ୍ତି । ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ତାତିର ପ୍ରଭାବ ଅନୁଭୂତ ହେଉଛି । ଦିନ ୧୧ଟା ପରେ ରାସ୍ତାଘାଟ ଶୂନଶାନ୍‌ ହୋଇପଡ଼ିବା ସହ ଦୋକାନବଜାର ବନ୍ଦ ରହୁଛି । ତେବେ ସବୁଠୁ ଅଧିକ ତାତି ଅନୁଭୂତ ହେଉଛି ପଶ୍ଚିମ ଓଡ଼ିଶାରେ । ସତେ ଯେପରି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ତତଲା କଡ଼େଇରେ ସିଝୁଛି । ଶନିବାର ଓ ରବିବାର ମଧ୍ୟ ଆକାଶରୁ ନିଆଁ ବର୍ଷିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.