fbpx

ତୃତୀୟ ସାମୁଖ୍ୟର ବିଜୟ ଅସମ୍ଭବ: ଜାଣନ୍ତୁ କାହିଁକି ଏମିତି କହିଲେ ପ୍ରଶାନ୍ତ କିଶୋର

Advertisement

ନୂଆଦିଲ୍ଲୀ: ନିର୍ବାଚନ ରଣନୀତିକାର ଭାବରେ ପ୍ରସିଦ୍ଧି ଅର୍ଜନ କରିଥିବା ପ୍ରଶାନ୍ତ କିଶୋର ତୃତୀୟ ସାମ୍ମୁଖ୍ୟକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି । କୌଣସି ତୃତୀୟ ସାମ୍ମୁଖ୍ୟ ଦେଶରେ ନିର୍ବାଚନ ଜିତି ପାରିବ ନାହିଁ । ଯଦି କୌଣସି ଦଳ ବିଜେପିକୁ ପରାସ୍ତ କରିବାକୁ ଚାହିଁବ ତାହେଲେ ତାକୁ ପ୍ରଥମେ ଦ୍ୱିତୀୟ ସାମ୍ମୁଖ୍ୟର ଭୂମିକା ନିଭେଇବାକୁ ପଡିବ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଜନୈତିକ ପରାମର୍ଶଦାତା ଭାବରେ ପ୍ରଶାନ୍ତ କିଶୋର କାମ କରୁଛନ୍ତି । ଏକ ସାକ୍ଷାତ କାର ସମୟରେ ମମତାଙ୍କ ଦଳ କଣ ୨୦୨୪ ଜାତୀୟ ନିର୍ବାଚନରେ ତୃତୀୟ ସାମ୍ମୁଖ୍ୟ ଭାବରେ ଉଭା ହେବ କି ବୋଲି ପ୍ରଶ୍ନର ଉତ୍ତରରେ କହିଥିଲେ ମୁଁ କୌଣସି ତୃତୀୟ ବା ଚତୁର୍ଥ ସାମ୍ମୁଖ୍ୟରେ ବିଶ୍ୱାସ କରେନାହିଁ ।

ବିଜେପିକୁ ପରାଜିତ କରିବାକୁ ଚାହୁଁଥିବା ଦଳକୁ ଦ୍ୱିତୀୟ ସାମ୍ମୁଖ୍ୟ ଭୂମିକାରେ ରହିବାକୁ ପଡିବ । ତେବେ ସେ କଣ କଂଗ୍ରେସକୁ ଦ୍ୱିତୀୟ ସାମ୍ମୁଖ୍ୟ ଭାବରେ ଗ୍ରହଣ କରୁଛନ୍ତି କି ବୋଲି ପ୍ରଶ୍ନକୁ ଏଡାଇ ଯାଇଥିଲେ ପିକେ । କଂଗ୍ରେସ ଦ୍ୱିତୀୟ ସାମ୍ମୁଖ୍ୟ ଦଳ ନୁହେଁ ବରଂ ଦେଶର ଦ୍ୱିତୀୟ ବୃହତ୍ତମ ରାଜନୈତିକ ଦଳ ବୋଢ଼ଲି ସେ କହିଥିଲେ ।

Get real time updates directly on you device, subscribe now.