fbpx
BJD SKY
BJD SKY

ବେଳାଭୂମିରେ ବଜ୍ରପାତ: ବୁଲୁଥିବା ବେଳେ ୩ ପର୍ଯ୍ୟଟକ ଗୁରୁତର

BJD

ଓଡ଼ିଶା ଭାସ୍କର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ସନ୍ଧ୍ୟା ସମୟରେ ବର୍ଷା ସହ ପ୍ରବଳ ଘଡ଼ଘଡି ହୋଇଥିଲା। ତେବେ ଏହି ସମୟରେ ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ଉଦୟପୁର ବେଳା ଭୂମିରେ ବଜ୍ରପାତରେ ୩ ଜଣ ଗୁରୁତର ଆହାତ ହୋଇଛନ୍ତି। ଗୁରୁତର ମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ପଶ୍ଚିମ ବଙ୍ଗର ଦୀଘା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରମାନେ ହେଲେ ଭୋଗରାଇ ବ୍ଲକ ଉଦୟପୁର ଗ୍ରାମର ଜଣେ ଓ ଅନ୍ୟ ଦୁଇ ଜଣ ହେଉଛନ୍ତି ବାଙ୍ଗୀୟ ପର୍ଯ୍ୟଟକ ବୋଲି ଜଣା ଯାଇଛି।

ତେବେ ମିଳିଥିବା ସୂଚନା ଅନୁଯାୟୀ, ପର୍ଯ୍ୟଟକମାନେ ଆଜି ସନ୍ଧ୍ୟାରେ ଉଦୟପୁର ବେଳାଭୂମିରେ ବୁଲାବୁଲି କରୁଥିଲେ। ସେତିକିବେଳେ ପ୍ରବଳ ଘଡ଼ଘଡି ସହ ବର୍ଷା ହୋଇ ବଜ୍ରପାତ ହୋଇଥିଲା। ଏହି ବଜ୍ରପାତରେ ୩ଜଣ ପର୍ଯ୍ୟଟକ ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଲୋକଙ୍କ ସହ ପୋଲିସ ପହଞ୍ଚି ୩ଜଣ ପର୍ୟ୍ୟଟକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି। ତେବେ ଏହି ଘଟଣା ସମ୍ପର୍କରେ ଅଧିକ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

Get real time updates directly on you device, subscribe now.