fbpx

ଓଡ଼ିଶା ହାଇକୋର୍ଟ ଅନୁବାଦକ ପଦର ପ୍ରିଲିମ୍ସ ରେଜଲ୍ଟ ଘୋଷଣା: ଏପ୍ରିଲ ୨୦ରେ ହେବ ମୁଖ୍ୟ ଲିଖିତ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ୭ରେ ହୋଇଥିବା ଓଡ଼ିଶା ହାଇକୋର୍ଟର ଅନୁବାଦକ ପଦର ପ୍ରିଲିମିନାରୀ ପରୀକ୍ଷାର ରେଜଲ୍ଟ ଘୋଷଣା ହୋଇଛି । ମୋଟ ୭୯ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଆସନ୍ତା ୨୦ ତାରିଖରେ ଏହି ପଦ ପାଇଁ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟକୁ ନେଇ ନିଜ ନିଜର ରେଜଲ୍ଟ ଚେକ୍ କରିପାରିବେ । କଟକ ସ୍ଥିତ ଓଡ଼ିଶା ହାଇକୋର୍ଟର କନଭେନସନ ହଲରେ ନିର୍ଦ୍ଧାରିତ ସମୟରେ ଏହି ପରୀକ୍ଷା ହେବ ।

ପ୍ରଥମ ଶିଟିଂରେ ସକାଳ ୮.୩୦ରୁ ୧୦୩୦ ପର୍ଯ୍ୟନ୍ତ ଇଂରାଜୀ ପରୀକ୍ଷା ହେବ । ସେହିପରି ଦ୍ୱିତୀୟ ଶିଟିଂରେ ସକାଳ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଗଣିତ ପରୀକ୍ଷା ହେବ । ତୃତୀୟ ଶିଟିଂରେ ଅପରାହ୍ଣ ୨.୩୦ରୁ ୩.୩୦ ପର୍ଯ୍ୟନ୍ତ ଜେନେରାଲ ଆୱାରନେସ ଓ ରିଜେନିଙ୍ଗ ପରୀକ୍ଷା ହେବ । ପ୍ରାର୍ଥୀମାନେ ନିଜ ନିଜର ଓରିଜିନାଲ ଆଧାର କାର୍ଡ ଓ ଆଡମିଟ୍ କାର୍ଡ ନେଇ ସକାଳ ୭.୩୦ରେ ଧାର୍ଯ୍ୟ ପରୀକ୍ଷା ଭେନ୍ୟୁରେ ପହଞ୍ଚିବେ । ଏପ୍ରିଲ ୧୦ ତାରିଖ ସକାଳ ୧୦ଟା ପରଠାରୁ ୨୦ ତାରିଖ ସକାଳ ୭ଟା ମଧ୍ୟରେ ପ୍ରାର୍ଥୀମାନେ ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

ରେଜଲ୍ଟ ଲିଙ୍କ: https://www.orissahighcourt.nic.in/recruitment-corner-pdf-view/199/

Get real time updates directly on you device, subscribe now.