fbpx
BJD SKY
BJD SKY

ବଣାଇରେ ଓଲଟିଲା ବରଯାତ୍ରୀ ଗାଡ଼ି: ୨୦ ଜଣ ଆହତ, ୨ ଜଣ ଗୁରୁତର

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ ଜିଲ୍ଲା ବଣାରୁ ଆସିଛି ଏକ ବଡ଼ ଖବର । ଏକ ବରଯାତ୍ରୀ ଗାଡ଼ି ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏହି ଅଘଟଣରେ ୨ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଗାଡ଼ିଟି ଜଣ୍ଡା ଗାଁରୁ ସରାଗଡିହି ଅଭିମୂଖେ ଯାଉଥିବା ବେଳେ ଘାଟି ରାସ୍ତାରେ ଏହି ଦୁର୍ଘଟଣା ହୋଇଥିଲା । ଜିଲ୍ଲାର ଟିକାୟତପାଲୀ ଥାନା ଅନ୍ତର୍ଗତ କୁଲୁପୋତା ଘାଟିରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି ।

ଦୁର୍ଘଟଣାଗ୍ରସ୍ତ ହୋଇଥିବା ପିକଅପ୍ ଭ୍ୟାନରେ ୩୦ରୁ ଅଧିକ ଲୋକ ଯାତ୍ରା କରୁଥିଲେ । ଦୁର୍ଭାଗ୍ୟବଶତଃ ଗାଡ଼ିଟି ଘାଟିରେ ଓଲଟି ପଡ଼ିଥିଲା । ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବା ସମୟରେ ଏହି ଅଘଟଣ ଘଟିଥିଲା । ସମସ୍ତ ଆହତମାନେ ବଣାଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ଟିକାୟତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

Get real time updates directly on you device, subscribe now.