fbpx
BJD
BJD SKY
BJD SKY

ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ଼ ଶୋ’ ବେଳେ ଅଘଟଣ: ପ୍ରବଳ ଭିଡ଼ କାରଣରୁ ମଞ୍ଚ ଭାଙ୍ଗିଲା, କିଛି କାର୍ଯ୍ୟକର୍ତ୍ତା ଆହତ

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଥିବା ବେଳେ ସେନେଇ ପ୍ରତ୍ୟେକ ରାଜନୈତିକ ଦଳମାନେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଦେଲେଣି । ତେବେ ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଜବଲପୁରରେ ଏକ ରୋଡ଼ ଶୋ’ରେ ସାମିଲ ହୋଇଥିଲେ । ପ୍ରବଳ ଭିଡ଼ କାରଣରୁ ମଞ୍ଚ ଭାଙ୍ଗିଯାଇଥିଲା । ଫଳରେ ଘଟଣାସ୍ଥଳରେ ୩ ଜଣ କାର୍ଯ୍ୟକର୍ତ୍ତା ଆହତ ହୋଇଥିବା ଜଣାପଡ଼ିଛି ।

ତେବେ ୩ ଜଣ କାର୍ଯ୍ୟକର୍ତ୍ତା ସାମାନ୍ୟ ଆହତ ହୋଇଥିବା କୁହାଯାଉଛି । କଟାଙ୍ଗ-ଗୋରଖପୁର ରୋଡ଼ରେ ଏହି ଅଘଟଣ ଘଟିଥିଲା । ଆହତ ହୋଇଥିବା ଲୋକଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ବଙ୍ଗାଳି ସମ୍ପ୍ରଦାୟ ଅଞ୍ଚଳରେ ଏହି ଷ୍ଟେଜ ତିଆରି ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ରୋଡ଼ ଶୋ’ ପାଇଁ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା । ସହିଦ ଭଗତ ସିଂ କ୍ରସିଂ ଠାରୁ ଏହି ୧.୨ କି.ମି.ର ଦୀର୍ଘ ରୁଟ୍ ଆରମ୍ଭ ହୋଇ ଆଦି ଶଙ୍କରାଚାର୍ଯ୍ୟ କ୍ରସିଂ ଠାରେ ସମାପ୍ତ ହୋଇଥିଲା ।

Get real time updates directly on you device, subscribe now.