fbpx

କ୍ଲିନିକାଲ ସାଇକୋଲୋଜିଷ୍ଟ ପଦ ପାଇଁ OPSC ପକ୍ଷରୁ ଆରମ୍ଭ ହେଲା ଅନଲାଇନ୍ ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ଡ୍ରଗ-ଦେ-ଆଡିକ୍ସନ ସେଣ୍ଟର (ଡିଏସି) ପାଇଁ ରାଜ୍ୟ ସେବାର ‘ଗ୍ରୁପ-ବି’ରେ କ୍ଲିନିକାଲ ସାଇକୋଲୋଜିଷ୍ଟ ପଦ ପୂରଣ ହେବ । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଗତ ମାସରେ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଏବେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏପ୍ରିଲ ମାସ ୪ ତାରିଖରୁ ଏହାର ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ମେ ମାସ ୪ ତାରିଖରେ ସମାପ୍ତ ହେବ ।

ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି । ପ୍ରାର୍ଥୀ ଯେ ଭାରତ ସରକାରଙ୍କ ପ୍ରତିଷ୍ଠାନ ଦ୍ୱାରା ସ୍ୱୀକୃତିପ୍ରାପ୍ତ କୌଣସି ରିହାବିଲିଟେସନ ପରିଷଦରୁ ସାଇକୋଲୋଜିରେ ଏମ.ଏ / ଏମ.ଏସସି ସହିତ ମେଡିକାଲ ଓ ସୋସିଆଲ ସାଇକୋଲୋଜି କିମ୍ବା କ୍ଲିନିକାଲ ସାଇକୋଲୋଜିରେ ଏମ.ଫିଲ୍ କରିଥିବେ । ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ ।

ଲିଖିତ ପରୀକ୍ଷା ଓ ଇଣ୍ଟରଭ୍ୟୁ ମାଧ୍ୟମରେ କ୍ଲିନିକାଲ ମନୋବିଜ୍ଞାନୀ ପଦ ପୂରଣ ହେବ । ଲିଖିତ ପରୀକ୍ଷା ପାଇଁ ୯୦ ମାର୍କ ରହିଥିବା ବେଳେ ଇଣ୍ଟରଭ୍ୟୁ ପାଇଁ ୧୦ ମାର୍କ ରହିଛି । ପ୍ରତ୍ୟେକ ପ୍ରଶ୍ନ ୧ ମାର୍କ ବିଶିଷ୍ଟ ରହିଥିବା ବେଳେ ପ୍ରତି ଭୁଲ ଉତ୍ତର ପାଇଁ ୦.୨୫ ଅନୁସାରେ ନେଗେଟିଭ୍ ମାର୍କିଂ ବ୍ୟବସ୍ଥା ରହିଛି । ଏଥିରେ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । କଟକ / ଭୁବନେଶ୍ୱରରେ ଏହ ପରୀକ୍ଷା କରାଯିବ । ପରୀକ୍ଷା ପ୍ରୋଗ୍ରାମ ବାବଦରେ ଆଗକୁ ପ୍ରାର୍ଥୀଙ୍କୁ ସୂଚିତ କରାଯିବ ।

ଆବେଦନ ଲିଙ୍କ: https://opscechayan.in/#/auth/landing

Get real time updates directly on you device, subscribe now.