fbpx

ବ୍ରେଡ୍ ଖାଇବାର ସଉକିନ୍ ! କିଣିବା ପୂର୍ବରୁ ପ୍ୟାକେଟରେ ଯାଞ୍ଚ୍ କରିନ୍ତୁ ଏହି ତଥ୍ୟ

ନୂଆଦିଲ୍ଲୀ: ଅଧିକାଂଶ ଲୋକମାନେ ସକାଳ ଜଳଖିଆରେ କିଛି ହାଲୁକା ଖାଇବାକୁ ପସନ୍ଦ କରିଥାନ୍ତି । କର୍ଣ୍ଣଫ୍ଲେକ୍ସ, ଜୁସ୍, ବ୍ରେଡ୍ ଆମଲେଟ୍, ବ୍ରେଡ୍ ବଟର/ ଜାମ୍, ଟୋଷ୍ଟ, ସାଣ୍ଡୱିଚ୍ ଇତ୍ୟାଦି । ହ୍ୱାଇଟ୍ ବ୍ରେଡ୍ ଅପେକ୍ଷା ବ୍ରାଉନ୍ ବ୍ରେଡ୍ ଏବଂ ମଲ୍ଟି ଗ୍ରେନ୍ ବ୍ରେଡ୍ ସ୍ୱାସ୍ଥ୍ୟ ପାଇଁ ହିତକର ବୋଲି ଲୋକମାନଙ୍କ ଧାରଣା ରହିଛି । କିନ୍ତୁ ଜାଣ ଅଜାଣତରେ ନିମ୍ନ ମାନର ବ୍ରେଡ୍ ଖାଇ ସ୍ୱାସ୍ଥ୍ୟ ପ୍ରତି ବିପଦକୁ ନିମନ୍ତ୍ରଣ ଦେଉଛନ୍ତି । ତେବେ ବଜାରରେ ବିକ୍ରି ହେଉଥିବା ବ୍ରେଡ୍ କେତେ ପୁଷ୍ଟିକର ତାହା ବ୍ୟାକେଟରେ ଥିବା ଲେବଲରୁ ଜାରିପାରିବା । କୌଣସି ଖାଦ୍ୟ ଜିନିଷ କିଣିବା ପୂର୍ବରୁ ପ୍ୟାକେଟରେ ଏହାର ଉତ୍ପାଦନ ତାରିଖକୁ ବିଶେଷ ଧ୍ୟାନ ଦିଅନ୍ତୁ ।

୧. ବ୍ରେଡରେ ଅତିରିକ୍ତ ଶର୍କରା: ବ୍ରେଡ୍ ତିଆରି ପ୍ରକ୍ରିୟାରେ ଇଷ୍ଟ(yeast)କୁ ଆକ୍ଟିଭ୍ କରିବା ପାଇଁ ସେଥିରେ ଶର୍କରା ବ୍ୟବହୃତ ହୋଇଥାଏ । ବାସ୍ତବରେ ବ୍ରେଡର ନମନୀୟତା ବଜାୟ ରଖିବା ପାଇଁ ସେଥିରେ ଅତିରିକ୍ତ ଶର୍କାରା, ଆଖୁ ରସ, ମହୁ କିମ୍ପା ଅନ୍ୟ ସ୍ୱିଟନର ବ୍ୟବହାର କରାଯାଇଥାଏ । ଏହା ସ୍ୱାସ୍ଥ୍ୟ ପାଇଁ କ୍ଷମତିକାରକ ହୋଇପାରେ ।

୨. ବ୍ରେଡରେ ଅତ୍ୟାଧିକ ଲୁଣ: ବ୍ରେଡର ସ୍ୱାଦ ବୃଦ୍ଧି କରିବା ପାଇଁ ଚିନି/ ସ୍ୱିଟନର ସହ ଲୁଣ ବ୍ୟବହାର କରାଯାଇଥାଏ । ଏହା ଏକ ଏଡିଟିଭ୍ ଭଳି କାର୍ଯ୍ୟ କରିଥାଏ । ଏକ ରିପୋର୍ଟରୁ ପ୍ରକାଶ ଯେ ବ୍ରେଡର ଏକ ସ୍ଲାଇସରେ ୧୦୦ରୁ ୨୦୦ ମିଲିଗ୍ରାମରୁ ଅଧିକ ଲୁଣ(ସୋଡିୟମ) ରହିବା ଉଚିତ ନୁହେଁ । ତେଣୁ ଲୁଣର ମାତ୍ରା ଯାଞ୍ଚ୍ କରନ୍ତୁ ।

୩. ବ୍ରେଡରେ ବ୍ୟବହୃତ ହୋଇଥିବା ସାମଗ୍ରୀର ଯାଞ୍ଚ୍: ଅଧିକାଂଶ ଲୋକମାନେ ବ୍ରାଉନ୍ ବ୍ରେଡ୍, ମଲ୍ଟି ଗ୍ରେନ୍ ବ୍ରେଡ୍ କିଣିବା ସମୟରେ ପ୍ୟାକେଟକୁ ଯାଞ୍ଚ୍ କରିନଥାନ୍ତି । ଅଧିକାଂଶ ଫ୍ୟାକ୍ଟ୍ରିରେ ବ୍ରେଡକୁ ଅଧିକ ସ୍ୱାଦିଷ୍ଟ କରିବା ପାଇଁ ଗହମ ଅଟା ସହ ଅନ୍ୟ ଅଟା ମଧ୍ୟ ବ୍ୟବହାର କରିଥାନ୍ତି । ତେଣୁ ଆପଣ କେଉଁ ସାମଗ୍ରୀ ମିଶ୍ରିତ ବ୍ରେଡ୍ ସେବନ କରୁଛନ୍ତି ଏହାର ଯାଞ୍ଚ୍ କରିନିଅନ୍ତୁ ।

୪. ବ୍ରେଡର ଉତ୍ପାଦନ ଏବଂ ଏକ୍ସପାଇରି ତାରିଖକୁ ଧ୍ୟାନରେ ରଖନ୍ତୁ । ଏକ୍ସପାଇରି ତାରିଖ ପରେ ବ୍ରେଡ୍ ଧିରେ ଧିରେ ଖରାପ ହେବା ଆରମ୍ଭ ହୋଇଥାଏ । ଫଳରେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ ।

୫. ବ୍ରେଡକୁ ଅଧିକ ଦିନ ପର୍ଯ୍ୟନ୍ତ ଫ୍ରେଶ୍ ରଖିବା ପାଇଁ ଏଥିରେ ପ୍ରିଜର୍ଭେଟିଭ୍ ଏବଂ ଏଡିଟିଭ୍ସ ବ୍ୟବହାର କରାଯାଇଥାଏ । ଏହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇପାରେ ।

୬. ଫ୍ୟାକ୍ଟ୍ରିରେ ପ୍ରୋସେସିଂ ସମୟରେ ବ୍ରେଡରେ ଫାଇବର ମାତ୍ରା ହ୍ରାସ ପାଇଥାଏ । ତେଣୁ ଆପଣ କ୍ରୟ କରୁଥିବା ବ୍ରେଡରେ କେତେ ମାତ୍ରାରେ ଫାଇବର ରହିଛି ତାହା ଯାଞ୍ଚ୍ କରନ୍ତୁ ।

Get real time updates directly on you device, subscribe now.