fbpx

ଏଥର ପ୍ରଭୁ ଶ୍ରୀଲିଙ୍ଗରାଜ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ, ମନ୍ଦିର ପରିସରରେ କୋଭିଡ୍ କଟକଣା ମଧ୍ୟ ଦୀପ ଜାଳିପାରିବେ ଭକ୍ତ

AAKASH

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଆସନ୍ତ ମାର୍ଚ୍ଚ ୧ ତାରିଖ ମହାଶିବରାତ୍ରୀ ପାଳନ ନେଇ ଏକାମ୍ର କ୍ଷେତ୍ର ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଲିଙ୍ଗରାଜ ମନ୍ଦିରରେ ଉକ୍ତ ଦିନ ରାତି ୧୦ଟାରେ ମହାଦୀପ ଉଠିବ । ଚଳିତ ଥର ଭକ୍ତଙ୍କୁ ଦର୍ଶନ ସୁଯୋଗ ମିଳିବ । ବୈଠକର ନିଷ୍ପତ୍ତି ଅନୁଯାୟୀ ଏଥର ମନ୍ଦିର ଭିତରେ କୋଭିଡ୍‌ କଟକଣା ଭିତରେ ଭକ୍ତମାନେ ଦୀପ ଜାଳିିଇପାରିବେ । ମନ୍ଦିରର ଗର୍ଭଗୃହ ଭିତରକୁ ଭକ୍ତମାନେ ଯାଇ ପାରିବେ ନାହିଁ । ଆଡକାଠ ପାଖରୁ ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ ।

ଏଥର ମନ୍ଦିର ବାହାରେ ସଙ୍ଗରୋଧ କେନ୍ଦ୍ର କରାଯିବ । ଗହଳି ହଟାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । କୋଭିଡ ନିୟମକୁ ଗୁରୁତ୍ୱ ଦିଆଯିବ । ଶିବରାତ୍ରୀ ଦିନ ରାତି ୩ ଟାରୁ ୩.୩୦ ପର୍ଯ୍ୟନ୍ତ ଅବକାଶ ନୀତି ଅନୁଷ୍ଠିତ ହେବା ସହ ସକାଳ ୫ ଟା ଯାଏଁ ସେବାୟତଙ୍କ ପରିବାର ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବେ । ୫ଟା ପରଠାରୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ମିଳିବ । ମହାଶିବରାତ୍ରୀର ସମସ୍ତ ରୀତିକାନ୍ତି ସୁରୁଖୁରୁରେ ସଂପାଦନ କରିବା ପାଇଁ ସମସ୍ତ ନିଯୋଗ ପୂର୍ଣ୍ଣ ସହଯୋଗ ଦେବେ ବୋଲି ବୈଠକରେ ପ୍ରତିଶ୍ରୁତି ଦେଇଛନ୍ତି । ଶାନ୍ତି ଶୃଙ୍ଖଳିତ ରକ୍ଷା କରିବା ପାଇଁ ପୋଲିସ୍‌ ବିଭାଗ ସହିତ ଆଲୋଚନା କରାଯାଇଛି । ଟ୍ରାଫିକ ଓ ପାର୍କିଂକୁ ବ୍ୟବସ୍ଥିତ କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି ।

Get real time updates directly on you device, subscribe now.