fbpx

ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ମତଦାନ ଆରମ୍ଭ, ଗୋପରେ ରାଜନୈତିକ ହିଂସା

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ଦିନ ୧ଟା ଯାଏଁ ଚାଲିବ ଭୋଟ ଗ୍ରହଣ । ରାଜ୍ୟର ୨୫ଟି ଜିଲ୍ଲା ଓ ୪୮ଟି ବ୍ଲକରେ ମତଦାନ ଆରମ୍ଭ ହୋଇଛି । ଏହା ସହ ୧୩୧ ଜିଲ୍ଲା ପରିଷଦ ଜୋନ୍, ୯୭୫ ପଞ୍ଚାୟତ ପାଇଁ ଚାଲିଛି ମତଦାନ । ଆଜି ୧୩ ହଜାର ୫୧୪ ବୁଥରେ ମତଦାନ ସାବ୍ୟସ୍ତ କରିବେ ଭୋଟର । ପ୍ରାୟ ୪୧ ଲକ୍ଷ ୮୮ ହଜାର ୩୮୨ ଭୋଟର ମତଦାନ କରିବେ । ମତଦାନ ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି ।

ଅନ୍ୟପଟେ କୋଣାର୍କ ଗୋପ ବଡ଼ତରା ପଞ୍ଚାୟତ ଗଡ଼ରୂପାସରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଜଣଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.