fbpx

ପାନ୍-ଆଧାର ଲିଙ୍କ୍ ନକଲେ ଗଣିବେ ତଣ୍ଡ, ଜାଣନ୍ତୁ କେବେ ଶେଷ ତାରିଖ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯଦି ଆପଣ ଆଧାର କାର୍ଡ ସହ ପାନ୍ କାର୍ଡ ଲିଙ୍କ୍ କରିନାହାନ୍ତି ତା’ହେଲେ ଏଥିପାଇଁ ଆପଣଙ୍କୁ ତଣ୍ଡ ଗଣିବାକୁ ପଡ଼ିପାରେ । କାରଣ ଆପଣଙ୍କ ପାନ୍-ଆଧାର ଲିଙ୍କ୍ ହୋଇନଥିଲେ ସେହି ପାନ କାର୍ଡ ଅସିଦ୍ଧ ହୋଇଯିବ । ଆଉ ଏହାକୁ ଚାଲୁ କରିବା ପାଇଁ ଆପଣଙ୍କୁ ଦେବାକୁ ହେବ ୧୦୦୦ ପର୍ଯ୍ୟନ୍ତ ଫାଇନ୍ । ଯଦି ପାନ କାର୍ଡ ବନ୍ଦ ହୋଇଯାଏ ତେବେ ଆପଣ ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପାନ କାର୍ଡ ବିନା ଆପଣ ବ୍ୟାଙ୍କ କାରବାର, ମ୍ୟୁଚୁଆଲ ଫଣ୍ଡ, ସେୟାର ମାର୍କେଟରେ କାରବାର କିମ୍ବା ବ୍ୟାଙ୍କରେ ନୂଆ ଆକାଉଣ୍ଟ ଖୋଲାଇ ପାରିବେ ନାହିଁ ।

ତେବେ ଏହି ପାନ୍-ଆଧାର ଲିଙ୍କ୍ ଆପଣ ଆୟକର ବିଭାଗର ଅଫିସିଆଲ ୱେବସାଇଟକୁ ଯାଇ ଅତି ସହଜରେ କରିପାରିବେ । ଆୟକର ଅଧିନିୟମ ୧୯୬୧ରେ ଯୋଡ଼ାଯାଇଥିବା ୨୩୪ ଧାରା ଅନୁସାରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଗତ ମାର୍ଚ୍ଚ ୨୩ରେ ଲୋକସଭାରେ ଫାଇନାନ୍ସ ବିଲ୍-୨୦୨୧ ପାରିତ ହୋଇଥିଲା । ତେଣୁ ସେହି ନିୟମ ଅନୁସାରେ ପାନ୍-ଆଧାର ଲିଙ୍କ୍ ନହେଲେ ଜୋରିମାନା ଲାଗିପାରେ ଏବଂ ପାନ୍ କାର୍ଡ ନିଷ୍କ୍ରିୟ ମଧ୍ୟ ହୋଇଯିବ ।

ଜାଣନ୍ତୁ କେମିତି କରିବେ ପାନ୍-ଆଧାର ଲିଙ୍କ୍:

ଯଦି ଆପଣ ଅନଲାଇନରେ ପାନ-ଆଧାର ଲିଙ୍କ୍ କରିବାକୁ ଚାହୁଛନ୍ତି ତାହେଲେ ୱେବସାଇଟ୍ (www.incometax.gov.in)କୁ ଯାଆନ୍ତୁ ଏହାପରେ ତଳକୁ ସ୍କ୍ରଲ କରନ୍ତୁ, ଏହାପରେ ଆପଣଙ୍କୁ ସେଠାରେ ‘ଲିଙ୍କ ଆଧାର’ ଅପ୍ସନ ଦେଖାଯିବ ଏହା ଉପରେ କ୍ଲିକ କରନ୍ତୁ ଏବଂ ଏହାପରେ ନୂତନ ପେଜରେ ନିଜର ଆଧାର ଓ ପାନ୍ କାର୍ଡ ନମ୍ବର ଏଣ୍ଟ୍ରି କରିବା ସହ ନିଜ ନାମ ଆଦି ପୂରଣ କରନ୍ତୁ ଏବଂ ଏହାପରେ ଲିଙ୍କ୍ ଆଧାର ବଟନରେ କ୍ଲିକ କରନ୍ତୁ । ଏହା ପରେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଆସିବ ଏବଂ ଆପଣ ଏହି ଓଟିପି ଭେରିଫିକେସନ କରିବାକୁ ପଡ଼ିବ । ବାସ୍ ହେଇଗଲା ପାନ୍ ସହ ଆଧାର ଲିଙ୍କ୍ ।

ପାନ୍ କାର୍ଡ ଦରକାର କି? ଜାଣନ୍ତୁ ଆବେଦନର ସହଜ ରାସ୍ତା…

Get real time updates directly on you device, subscribe now.