fbpx

ଭାରତ ବନାମ ନ୍ୟୁଜିଲାଣ୍ଡ : ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ୍ ପାଇଁ ଭାରତୀୟ ଦଳ ଘୋଷଣା, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ସାଉଥମ୍ପଟନ ୧୫।୦୬: ବହୁ ପ୍ରତୀକ୍ଷିତ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ପାଇଁ ମଙ୍ଗଳବାର ୧୫ ଭାରତୀୟ ଦଳ ଘୋଷଣା କରାଯାଇଛି। ବିସିସିଆଇ ଦ୍ଵାରା ଘୋଷିତ ଏହି ଦଳରେ ମୟଙ୍କ ଅଗ୍ରଓ୍ଵାଲଙ୍କୁ ସ୍ଥାନ ମିଳିନି। ଏହା ବ୍ୟତୀତ ଅକ୍ଷର ପଟେଲ୍ଙ୍କୁ ମଧ୍ୟ ସୁଯୋଗ ଦିଆଯାଇନି। ଦଳରେ ଓ୍ଵିକେଟ୍ କିପର ଭାବେ ଋଷଭ ପନ୍ତ ଓ ଋଦ୍ଧିମାନ ଶାହାଙ୍କୁ ସାମିଲ୍ କରାଯାଇଛି। ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ମଧ୍ୟ ଦଳରେ ସୁଯୋଗ ଦିଆଯାଇଛି।
ଏହି ହାଇଭୋଲଟେଜ୍ ମୁକାବିଲା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସାଉଥମ୍ପଟନରେ ଖେଳାଯିବ। ନ୍ୟୁଜିଲାଣ୍ଡ ଦଳ ପରେ ମଙ୍ଗଳବାର ଭାରତୀୟ ଦଳ ଘୋଷଣା ହୋଇଛି। ଦଳ ପ୍ରବନ୍ଧକ ଘୋଷଣା ଓପନିଂ ଭାବେ ଶୁବମାନ ଗିଲ୍ ଓ ରୋହିତ ଶର୍ମାଙ୍କୁ ଦଳରେ ରଖିଛନ୍ତି। ସ୍ପିନର ଭାବେ ରବୀନ୍ଦ୍ର ଜାଡେଜା ଓ ରବି ଚନ୍ଦ୍ରନ ଅଶ୍ଵିନଙ୍କୁ ସାମିଲ କରାଯାଇଛି। ପାଞ୍ଚ ଦ୍ରୁତ ବୋଲର ହେଉଛନ୍ତି ଯଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ସାମି, ମହମ୍ମଦ ସିରାଜ ଓ ଉମେଶ ଯାଦବ।
ଭାରତୀୟ ଦଳ
ରୋହିତ ଶର୍ମା, ଶୁବମାନ ଗିଲ୍, ଚେତେଶ୍ଵର ପୂଜାରା, ବିରାଟ କୋହଲି(ଅଧିନାୟକ), ଆଜିଙ୍କ୍ୟ ରାହାଣେ(ଉପ ଅଧିନାୟକ), ହନୁମା ବିହାରୀ, ଋଷଭ ପନ୍ତ, ଋଦ୍ଧିମାନ ଶାହା, ରବିଚନ୍ଦ୍ରନ ଅଶ୍ଵିନ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ ଓ ମହମ୍ମଦ ସିରାଜ।
ନ୍ୟୁଜିଲାଣ୍ଡ ଦଳ
କେନ ଓ୍ଵିଲିୟମସନ(ଅଧିନାୟକ), ଟମ୍ ବ୍ଲେଣ୍ଡଲ, ଟ୍ରେଣ୍ଟ ବୋଲ୍ଟ, ଡେଭନ କନଓ୍ଵେ, କୋଲିନ ଡି ଗ୍ରାଣ୍ଡହୋମ୍, ମ୍ୟାଟ୍ ହେନରୀ, କାଇଲ୍ ଜେମିସନ, ଟମ ଲାଥମ, ହେନରି ନିକୋଲାସ, ଏଜାଜ ପଟେଲ୍, ଟିମ ସାଉଦି, ରସ୍ ଟେଲର, ନିଲ ଓ୍ଵାଗନର, ବିଜେ ଓ୍ଵାଟଲିଂ, ଓ୍ଵିଲ ୟଙ୍ଗ।

Get real time updates directly on you device, subscribe now.