fbpx
BJD SKY
BJD SKY

ଛଟ୍ ପୂଜା ପାଇଁ ରାଜଧାନୀରେ ମିଳିବନି ମଦ: ଘୋଷଣା ହେଲା ଡ୍ରାଏ ଡେ’

BJD

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଛଟ ପୂଜାରେ ଡ୍ରାଏ ଡେ’ ଘୋଷଣା କରାଯାଇଛି । ଉପରାଜ୍ୟପାଳ ଭିକେ ସକସେନା ଏହି ସମ୍ବନ୍ଧରେ ଏକ ଆଦେଶ ଜାରି କରିଛନ୍ତି । ଏହା ପୂର୍ବରୁ ବିଜେପି ଓ କଂଗ୍ରେସ ପକ୍ଷରୁ ଛଟ ପୂଜା ଅବସରରେ ଡ୍ରାଇ ଡେ ଘୋଷଣା କରିବାକୁ ଦାବି କରାଯାଇଥିଲା । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଚିଠି ଲେଖିବା ସହ ଛଟ ପୂଜାର କଡ଼ାକଡ଼ି ତଦାରଖ କରିବାକୁ ଏନଜି ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଡ୍ରାଇ ଡେ’ରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲାଗିଥାଏ । ଏପରି ପରିସ୍ଥିତିରେ ୩୦ ଅକ୍ଟୋବର(ରବିବାର) ଦିନ ଦିଲ୍ଲୀରେ ମଦ ଦୋକାନ ବନ୍ଦ ରହିବ, ଯାହାଦ୍ୱାରା ଉତ୍ସବକୁ ଶାନ୍ତପୂର୍ବକ ପାଳନ କରାଯାଇପାରିବ ଓ ଏଥିରେ କୌଣସି ବାଧା ସୃଷ୍ଟି ନଆସେ । ଦିଲ୍ଲୀରେ ପ୍ରଥମଥର ପାଇଁ ଛଟ୍ ପୂଜାରେ ଡ୍ରାଇ ଡେ’ ଘୋଷଣା କରାଯାଇଛି ।

Get real time updates directly on you device, subscribe now.