fbpx

ମହଙ୍ଗା ପଡ଼ିଲା ହେଟ୍ ସ୍ପିଚ୍ : ଆଜମ୍ ଖାନଙ୍କ ବିଧାୟକ ପଦ ରଦ୍ଦ

ନୂଆଦିଲ୍ଲୀ: ଆଜମ ଖାନଙ୍କ ଉତ୍ତରପ୍ରଦେଶ ବିଧାନସଭାର ସଦସ୍ୟ ପଦ ରଦ୍ଦ ହୋଇଛି । ସଦସ୍ୟ ପଦ ରଦ୍ଦ କରିଛନ୍ତି ଉତ୍ତରପ୍ରଦେଶ ବିଧାନସଭାର ବାଚସ୍ପତି । ହେଟ୍ ସ୍ପିଚ୍ ମାମଲାରେ ଦୋଷୀ ସାବ୍ୟସ୍ତ ପରେ ତାଙ୍କର ବିଧାୟକ ପଦ ରଦ୍ଦ ହୋଇଛି । ତେବେ ଗତକାଲି ଆଜମ ଖାନଙ୍କୁ ୩ ବର୍ଷ ଜେଲ ଦଣ୍ଡ ଦେଇଥିଲେ ରାମପୁର କୋର୍ଟ ।

ତେବେ ଉସୁକାଉଥିବା ଭାଷଣ ଦେବା ମାମଲାରେ ସମାଜବାଦ ପାର୍ଟି ବା ସପାର ବିଧାୟକ ଓ ପୂର୍ବ ମନ୍ତ୍ରୀ ଆଜମ ଖାନଙ୍କୁ ଗତକାଲି ଦୋଷୀ ସାବ୍ୟସ୍ତ କରାଯାଇଥିଲା । କୋର୍ଟ ଏହି ମାମଲରେ ତାଙ୍କୁ ୩ ବର୍ଷର ଜେଲ ଦଣ୍ଡ ଦେଇଛନ୍ତି । ଦଣ୍ଡ ସହିତ ବିଧାୟକ ପଦ ଯିବାରୁ ଆଜମ ଖାନଙ୍କୁ ଡବଲ୍ ଝଟକା ଲାଗିଛି ।

ହେଟ୍ ସ୍ପିଚର ଏହି ମାମଲା ୨୦୧୯ର ଲୋକସଭା ନିର୍ବାଚନ ସହ ଜଡ଼ିତ । ତେବେ ଆଜମ ଖାନ୍ ରାମପୁରର ମିଳକ ବିଧାନସଭାର ଏକ ନିର୍ବାଚନୀ ଭାଷଣ ସମୟରେ ଆପତ୍ତିଜନକ ଓ ଉସୁକାଉଥିବା ଟିପ୍ପଣୀ ଦେଇଥିଲେ । ତାଙ୍କର ଅଭିଯୋଗ ବିଜେପି ନେତା ଆକାଶ ସକସେନାଙ୍କ ଉପରେ ଥିଲା ।

Get real time updates directly on you device, subscribe now.