fbpx
BJD SKY
BJD SKY

USର ବାଚସ୍ପତି ନାନସୀ ପେଲୋସିଙ୍କ ସ୍ୱାମୀଙ୍କ ଉପରେ ମରଣାତ୍ମକ ଆକ୍ରମଣ

BJD

ନୂଆଦିଲ୍ଲୀ: ଆମେରିକା ସଂସଦର ଲୋୟର ହାଉସର ବାଚସ୍ପତି ନାନସୀ ପେଲୋସୀଙ୍କ ସ୍ୱାମୀ ପଲ ପେଲୋସୀଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଛି । ତାଙ୍କର ସୈନ ଫ୍ରାନ୍ସିସ୍କୋ ଘରେ ଜଣେ ଅଜଣା ବ୍ୟକ୍ତି ଜବରଦସ୍ତ ପଶିଯାଇ ପଲଙ୍କ ସହ ମାରପିଟ୍ କରିଥିଲେ । ଏହି ଆକ୍ରମଷର ପଲ୍ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ଶୁକ୍ରବାର ଦିନ ହୋଇଥିବା ସୂଚନା ମିଳିଛି ।

ବର୍ତ୍ତମାନ ସୁଦ୍ଧା ଏହି ଆକ୍ରମଣର ତଦନ୍ତ ଆରମ୍ଭ ହୋଇଯାଇଛି । କିନ୍ତୁ ପଲଙ୍କ ଉପରେ କିଏ ଓ କାହିଁକି ଏପରି ଆକ୍ରମଣ କରିଛି, ସେନେଇ କୌଣସି ତଥ୍ୟ ମିଳିପାରି ନାହିଁ । କିଏ ସେହି ବ୍ୟକ୍ତି ଓ କାହିଁ ସେ ଏପରି ଆକ୍ରମଣ କଲା, ସେନେଇ ନାନସୀ ବା ତାଙ୍କ ସ୍ୱାମୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ । କେବଳ ସେମାନଙ୍କ ପ୍ରବକ୍ତା ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ, ମାରପିଟ୍ କରିଥିବା ବ୍ୟକ୍ତିକୁ ପୋଲିସ ଗିରଫ କରିସାରିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କ ପରିଚୟକୁ ଗୋପନୀୟ ରଖାଯାଇଛି । ଏହା ମଧ୍ୟ କୁହାଯାଉଛି କି ଯେଉଁସମୟରେ ପଲଙ୍କ ଉପରେ ଆକ୍ରମଣ ହୋଇଥିଲା, ସେହି ସମୟରେ ନାନସୀ ଘରେ ନଥିଲେ । ଆକ୍ରମଣ ପରେ ପଲଙ୍କୁ ମେଡିକାଲ ନିଆଯାଇଥିଲା, ଯେଉଁଠାରେ ଏବେ ତାଙ୍କର ଚିକିତ୍ସା ଚାଲିଛି । କେତେ ଗଭୀର ଆଘାତ ଲାଗିଛି, ସେନେଇ ମଧ୍ୟ ସ୍ପଷ୍ଟ ଭାବରେ କିଛି କୁହାଯାଇନାହିଁ । ଠିକ୍ ସମୟରେ ମେଡିକାଲ ନିଆଯାଇଥିବାରୁ ପରିବାର ଲୋକ ଖୁସି ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.