fbpx

ପ୍ରଥମ ଥର ୧୦୦ ପଦକ: ଚଳିତ ଏସୀୟ କ୍ରୀଡ଼ାରେ ଭାରତ କେଉଁ ବିଭାଗରେ କେତୋଟି ପଦକ ଜିତିଛି, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସିଆନ ଗେମ୍ସର ଆଜି ହେଉଛି ଚତୁର୍ଦ୍ଦଶ ଦିବସ । ଗତକାଲି ଦ୍ୱାଦଶ ଦିବସରେ ଭାରତ ୯ଟି ପଦକ ଜିତିଥିଲା । ଫଳରେ ମୋଟ ପଦକ ସଂଖ୍ୟା ୯୫ରେ ପହଞ୍ଚିଥିଲା । ସେଥିମଧ୍ୟରେ ୨୨ଟି ସ୍ୱର୍ଣ୍ଣ, ୩୪ଟି ରୌପ୍ୟ ଓ ୩୯ଟି ବ୍ରୋଞ୍ଜ ପଦକ ସାମିଲ ଥିଲା । ତେବେ ଆଜି ମଧ୍ୟ ଭାରତ ଦମଦାର ଭାବେ ତା’ର ପଦକ ବିଜୟ ଯାତ୍ରା ଆରମ୍ଭ କରିଥିଲା ।

ତେବେ ଆଜି ଭାରତ ୫ଟି ପଦକ ଜିତିବା ପରେ ମୋଟ ପଦକ ସଂଖ୍ୟା ୧୦୦ରେ ପହଞ୍ଚିଛି । ଏସୀୟ କ୍ରୀଡ଼ା ଇତିହାସରେ ପ୍ରଥମ ଥର ଭାରତ ୧୦୦ ପଦକ ପୂରଣ କରିଛି । ଚଳିତ ଇଭେଣ୍ଟରେ ଆଥଲେଟମାନେ ଭାରତୀୟ ଐତିହାସିକ ପ୍ରଦର୍ଶନ କରିଛନ୍ତି । ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ପୂର୍ବରୁ ଭାରତ ୨୦୧୮ ଜାକର୍ତ୍ତା ଏସିଆନ ଗେମ୍ସରେ ୭୦ଟି ପଦକ ଜିତିଥିଲା, ଯାହାକି ସର୍ବଶ୍ରେଷ୍ଠ ଥିଲା । ମାତ୍ର ଚଳିତ ହ୍ୱାଙ୍ଗଝୁ ଏସୀୟ କ୍ରୀଡ଼ା ଉକ୍ତ ରେକର୍ଡଙ୍କୁ ଅତିକ୍ରମ କରି ନୂଆ ଇତିହାସ ଲେଖିଛି । ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଭାରତ ୧୬ଟି ସ୍ୱର୍ଣ୍ଣ, ୨୩ଟି ରୌପ୍ୟ ଓ ୩୧ଟି ବ୍ରୋଞ୍ଜ ପଦକ ଜିତିଥିଲା । ମାତ୍ର ହ୍ୱାଙ୍ଗଝୁରେ ଭାରତ ୨୫ଟି ସ୍ୱର୍ଣ୍ଣ, ୩୫ଟି ରୌପ୍ୟ ଓ ୪୦ଟି ବ୍ରୋଞ୍ଜ ପଦକ ଜିତି ଶତକ ଘରେ ପହଞ୍ଚିଛି । ୧୯୫୧ରେ ହୋଇଥିବା ପ୍ରଥମ ଏସୀୟ କ୍ରୀଡ଼ାରେ ଭାରତ ସର୍ବାଧିକ ୧୫ଟି ସ୍ୱର୍ଣ୍ଣ ଜିତିଥିବା ବେଳେ ୧୯୮୨ ଏସୀୟ କ୍ରୀଡ଼ାରେ ୧୩ଟି ସ୍ୱର୍ଣ୍ଣ ଜିତିଥିଲା ।

Get real time updates directly on you device, subscribe now.