fbpx

ଏମାନେ ହେଉଛନ୍ତି ଭାରତର ଧନୀ ଭିକାରି, ଭିକ ମାଗି ରୋଜଗାର କରିଛନ୍ତି କୋଟି କୋଟି ଟଙ୍କା

ଏ ଦୁନିଆରେ ଅନେକ ଧନୀ ଓ ଗରିବ ଉଭୟ ଶ୍ରେଣୀର ଲୋକ ବସବାସ କରନ୍ତି । ଜଣେ ବ୍ୟକ୍ତି ବିଭିନ୍ନ ପ୍ରକାର ବୃତ୍ତିକୁ ଆପଣାଇ ଟଙ୍କା ରୋଜଗାର କରିପାରେ । ମାତ୍ର ଭିକ ମାଗି କୋଟି କୋଟି ଟଙ୍କା ରୋଜଗାର କରୁଥିବା ଶୁଣିଲେ ଯେ କେହି ଚକିତ ହେବା ଅବଶ୍ୟମ୍ଭାବୀ । ହେଲେ କଥାଟି ଅବିଶ୍ୱାସ ହେଲେ ବି ସତ । ଆସନ୍ତୁ ଜାଣିବା ଭାରତର ଏଭଳି କିଛି କୋଟିପତି ଭିକାରିଙ୍କ ବିଷୟରେ ।

୧- ପାଟନାର ଏକ ରେଳ ଷ୍ଟେସନରେ ପପୁ କୁମାର ନାମକ ଜଣେ ଭିକାରିଙ୍କୁ ଦେଖିବାକୁ ମିଳିଥାଏ । ପପୁ କେବଳ ଭିକ୍ଷା ବୃତ୍ତି କରି ୧.୨୫ କୋଟି ଟଙ୍କାର ସମ୍ପତ୍ତି ଅର୍ଜନ କରିପାରିଛନ୍ତି । ତାଙ୍କ ପାଖରେ ୫ଟି ବ୍ୟାଙ୍କ ଆକାଉଣ୍ଟ ରହିଛି । ପପୁଙ୍କ କହିବା କଥା, ସେ ଘର ଛାଡ଼ି ଚାଲି ଆସିବା ପରେ ମୁମ୍ବାଇ ରେଳ ଷ୍ଟେସନରେ ଅସହାୟ ଅବସ୍ଥାରେ ଠିଆ ହୋଇଥିଲେ । ଏହି ସମୟରେ କିଛି ସହୃଦୟ ବ୍ୟକ୍ତି ତାଙ୍କୁ ଭିକାରି ଭାବି କିଛି ଟଙ୍କା ଦେଇଥିଲେ । ପରେ ସେ ପ୍ରତିଦିନ ଏହି ପେଶା କରି ବହୁତ ଟଙ୍କା ଉପାର୍ଜନ କରିପାରିଥିଲେ ।

୨- କ୍ରିଷ୍ଣା କୁମାର ଗିତେ ନାମକ ଜଣେ ଭିକାରି ଦିନକୁ ୧୫୦୦ ଟଙ୍କା ରୋଜଗାର କରନ୍ତି । କ୍ରିଷ୍ଣା ମୁମ୍ବାଇର ଚରଣି ରୋଡ଼ ନିକଟସ୍ଥ ସିପି ଟ୍ୟାଙ୍କ ନିକଟରେ ଭିକ୍ଷା ବୃତ୍ତି କରିଥାନ୍ତି । ତାଙ୍କର ୫ ଲକ୍ଷ ଟଙ୍କାର ନିଜର ଏକ ଫ୍ଲାଟ ଅଛି, ଯେଉଁଠାରେ ସେ ନିଜର ଭାଇଙ୍କ ସହ ରୁହନ୍ତି । ତାଙ୍କର ସମସ୍ତ ଆର୍ଥିକ କାରବାର ଭାଇ ବୁଝନ୍ତି ବୋଲି କ୍ରିଷ୍ଣା କୁହନ୍ତି ।

୩- ସର୍ଭାତିଆ ଦେବୀ ହେଉଛନ୍ତି ଦେଶର ମହିଳା ଭିକାରିଙ୍କ ମଧ୍ୟରୁ ଜଣେ । ସେ ବର୍ଷକୁ ୩୬ ହଜାର ଟଙ୍କାର ବୀମା ପ୍ରିମିୟମ ଦେଉଛନ୍ତି । ପାଟନାର ଅଶୋକ ସିନେମା ହଲର ପଛପାଖରେ ସେ ତାଙ୍କ ଝିଅଙ୍କ ସହିତ ଏକ ବିଳାସପୂର୍ଣ୍ଣ ଘରେ ରହୁଛନ୍ତି ।

୪- ୫୧ ବର୍ଷୀୟ ଭାରତ ଜୈନ ନାମକ ଜଣେ ଭିକାରି ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସରେ ଭିକ୍ଷାବୃତ୍ତି କରନ୍ତି । ୭୦ ଲକ୍ଷ ଟଙ୍କା ମୂଲ୍ୟ ବିଶିଷ୍ଟ ତାଙ୍କର ଦୁଇଟି ଆପାର୍ଟମେଣ୍ଟ ଥିବା ଜଣାପଡ଼ିଛି । ଏଥି ସହ ତାଙ୍କର ଏକ ଜୁସ ଦୋକାନ ସହ ଆଉ ଏକ ଦୋକାନ ରହିଛି । ସେ ଭିକ୍ଷା ବୃତ୍ତି କରି ମାସକୁ ୭୫ ହଜାର ଟଙ୍କାର ରୋଜଗାର କରିଥାନ୍ତି ।

Get real time updates directly on you device, subscribe now.