fbpx

ଲଜ୍ଜା: ପ୍ରଥମେ ୬୦ ବର୍ଷୀୟା ମହିଳାଙ୍କୁ ହତ୍ୟା, ପରେ ଶବ ସହିତ ଦୁଷ୍କର୍ମ କଲା ଯୁବକ

ହନୁମାନଗଡ଼: ନିଶାରେ ଲୋକମାନେ ନିଜର ହିତାହିତ ଜ୍ଞାନ ହରାଇବସନ୍ତି । ଏପରି କିଛି ଲଜ୍ଜାଜନକ ଘଟଣା ରାଜସ୍ଥାନ ହନୁମାନଗଡ଼ ଜିଲ୍ଲାରୁ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବକ ଏକ ବୟସ୍କ ମହିଳାଙ୍କ ସହିତ ଜବରଦସ୍ତି କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଏଥିରେ ବିଫଳ ହେବାରୁ ମହିଳାଙ୍କ ଗଳା ଚାପି ହତ୍ୟା କରିଥିଲା ଓ ପରେ ଶବ ସହିତ ରେପ୍ କରିଥିଲା । ମଦନିଶାରେ ଏପରି କାଣ୍ଡ ଘଟାଇଥିବା ଯୁବକକୁ ଗିରଫ କରିଛି ପୋଲିସ ।

ତେବେ ଏପରି ହୃଦୟବିଦାରକ ଘଟଣା ହନୁମାନଗଡ଼ ଜିଲ୍ଲାର ପିଲିବଙ୍ଗା ଅଞ୍ଚଳରେ ଘଟିଛି । ସେଠାରେ ଜଣେ ଯୁବକ ନିଶାରେ ଆସି ମଣିଷପଣିଆକୁ ଲଜ୍ଜିତ କରିଛି । ବୁଧବାର ରାତିରେ ୧୯ ବର୍ଷୀୟ ଯୁବକ ମଦନିଶାରେ ବୟସ୍କ ମହିଳାଙ୍କ ଘରେ ପଶିଥିଲା । ସେଠାରେ ସେ ୬୦ ବର୍ଷୀୟ ମହିଳାଙ୍କ ସଂହିତ ରେପ୍ କରିବାକୁ ପ୍ରୟାସ କରିଥିଲା, କିନ୍ତୁ ଅସଫଳ ହୋଇଥିଲା । ଏଥିରେ ଯୁବକ ନିଜର ହିତାହିତ ଜ୍ଞାନ ଭୁଲିଯାଇ ମହିଳାଙ୍କର ଗଳା ଚିପି ହତ୍ୟା କରିଥିଲା । ଏହା ପରେ ଯୁବକ ମହିଳାଙ୍କ ଶବ ସହିତ ରେପ୍ କରିଥିଲା । ଘଟଣାର ସୂଚନା ପାଇବା ମାତ୍ରେ ଅଭିଯୁକ୍ତ ଯୁବକକୁ ଗିରଫ କରିଥିଲା ପୋଲିସ ।

Get real time updates directly on you device, subscribe now.