fbpx

ସୋସିଆଲ ମିଡିଆରେ ମନ ଜିଣୁଛି କୁନି ଗଣେଶଙ୍କ AI ନିର୍ମିତ ଫଟୋଚିତ୍ର; Wallpaper ରଖୁଛନ୍ତି ଅଧିକାଂଶ ଲୋକ

ଭୁବନେଶ୍ୱର: ଭାରତବର୍ଷର ସବୁଠାରୁ ବଡ଼ ପରିଚୟ, ବିଶ୍ୱାସ ତଥା ପ୍ରାଣ ହେଉଛନ୍ତି ଅଗ୍ରପୂଜ୍ୟ ଶ୍ରୀଗଣେଶ। ଆମ ଦେଶର ସଂସ୍କୃତି, ପରମ୍ପରା, ଜୀବନଚର୍ଯ୍ୟା ଶ୍ରୀଗଣେଶଙ୍କୁ ନେଇ ଗଢ଼ି ଉଠିଛି। ଶ୍ରୀଗଣେଶ ହେଉଛନ୍ତି ଚଳନ୍ତି ଭଗବାନ । କାରଣ ଅନ୍ଧବିଶ୍ୱାସ ନୁହେଁ ବିଶ୍ୱାସରେ ମିଳନ୍ତି ଭାବର ଠାକୁର ଶ୍ରୀଗଣେଶ । ତାଙ୍କୁ ଯିଏ ଯେଉଁ ଭାବରେ ଡାକିଲା ତାକୁ ସେଇ ରୂପରେ ଦେଖା ଦିଅନ୍ତି। ତେବେ କୁନି ଶ୍ରୀଗଣେଶଙ୍କ କିଛି Artificial intelligence (AI) ନିର୍ମିତ ଫଟୋଚିତ୍ର ସାମ୍ନାକୁ ଆସିଛି ।

ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ପ୍ରାୟ ସମସ୍ତେ ନିଜ ନିଜର Facebook, Instagram ଓ Whatsapp status ରେ ଏହି ଫଟୋଚିତ୍ରକୁ ସେୟାର କରିଛନ୍ତି । ଏହା ସହ ପ୍ରଭୁ ଶ୍ରୀଗଣେଶଙ୍କ ପିଲା ବେଳର ଭାବକୁ ପ୍ରକାଶ କରିଛନ୍ତି । ଫଟୋରେ ଥିବା ଏଫଟୋ ସମସ୍ତଙ୍କୁ ବେଶ ବିମୋହିତ କରିଛି । ଅଧିକାଂଶ ଲୋକ ମୋବାଇଲ୍ Wallpaper ରେ ରଖୁଛନ୍ତି ।

Get real time updates directly on you device, subscribe now.