fbpx
BJD SKY
BJD SKY

ସ୍ୱାମୀଙ୍କୁ ଛାଡି ପ୍ରେମିକଙ୍କ ସହ ଲିଭ୍-ଇନ୍ ରେ ରହୁଥିଲେ; ‘ତାର୍‌ପୀନ୍‌ ତେଲ’ଢାଳି ନିଆଁ ଲଗାଇଲା ପ୍ରେମିକ, ମହିଳା ମୃତ: ପୋଲିସ୍

BJD

ନୂଆଦିଲ୍ଲୀ: ଦିଲ୍ଲୀରେ ଅଉ ଏକ ଲିଭ୍‌-ଇନ୍ ପାର୍ଟନରଙ୍କୁ ହତ୍ୟା ଘଟଣା ସାମ୍ନାକୁ ଆସିଛି । ଉତ୍ତର-ପଶ୍ଚିମ ଦିଲ୍ଲୀର ଅମାନ ବିହାରରେ ଡ୍ରଗ୍ସକୁ ନେଇ ଯୁକ୍ତିତର୍କ ହେବା ପରେ ସୋମବାର ଦିନ ଜଣେ ୨୮ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଫେବୃଆରୀ ୧୧ ରେ, ପୋଡିଯାଇଥିବା ମହିଳାଙ୍କ ଏଜିଏମ୍ ଡାକ୍ତରଖାନାରେ ଆଡମିଶନ ସମ୍ପର୍କରେ ପୋଲିସ ସୂଚନା ପାଇଥିଲା । ପୋଲିସ କହିଛି ଯେ ପୋଲିସ ହସ୍ପିଟାଲରେ ପହଞ୍ଚିବା ପରେ ମହିଳା ଜଣକ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ପ୍ରସ୍ତୁତ ନଥିଲେ ।

ମହିଳା ଜଣଙ୍କର ପରିଚୟ ମିଳିଛି । ସେ ଉତ୍ତର-ପଶ୍ଚିମ ଦିଲ୍ଲୀର ବଲବୀର ଅଞ୍ଚଳର ବାସିନ୍ଦା । ସେ ଏକ ଫୁଟଓୟାର୍ ଫ୍ୟାକ୍ଟ୍ରିରେ କାର୍ଯ୍ୟ କରୁଥିଲେ । ପୋଲିସ କହିଛି ଯେ ମହିଳାଙ୍କୁ ସଫଦରଜଙ୍ଗ ଡାକ୍ତରଖାନା ଏବଂ ପରେ ଚିକିତ୍ସା ପାଇଁ ଏମ୍ସ ଟ୍ରମା ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ତଦନ୍ତ ବେଳେ ପୀଡିତା ତାଙ୍କ ସ୍ୱାମୀଙ୍କୁ ଛାଡି ଅଭିଯୁକ୍ତ ମୋହିତଙ୍କ ସହ ଗତ ୬ ବର୍ଷ ଧରି ରହୁଥିଲେ । ତାଙ୍କର ଦୁଇଟି ସନ୍ତାନ ଥିଲେ – ଜଣେ ତାଙ୍କ ସ୍ୱାମୀ ଏବଂ ଅନ୍ୟଟି ମୋହିତଙ୍କଠାରୁ ଜନ୍ମ ହୋଇଥିଲେ ।

ପୋଲିସ ଏହା ମଧ୍ୟ କହିଛି ଯେ, ଡାକ୍ତଖାନାରେ ଆଡମିସନ ସମୟରେ ମହିଳାଙ୍କ ଅବସ୍ଥା ଗୁରୁତ୍ତର ଥିଲା । ତେଣୁ ତାଙ୍କର ବୟାନ ରେକର୍ଡ କରିବା ସମ୍ଭବ ନଥିଲା । ସୋମବାର ତାଙ୍କର ଶବକୁ ବ୍ୟବଚ୍ଛେଦ କରାଯାଇଥିଲା । ପରିବାର ଲୋକେ ଏନେଇ ଅମନ ବିହାର ଥାନାରେ ଏଫ୍‌ଆଇର କରିଛନ୍ତି । ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅଭିଯୋଗରେ ଦର୍ଶାଯାଇଛି କି ଫେବୃଆରୀ ୧୦ ତାରିଖ ରାତିରେ ମହିଳା ଜଣକ ତାଙ୍କ ବନ୍ଧୁଙ୍କ ସ୍ଥାନରେ ଡ୍ରଗ୍ସ ସେବନ କରିବା ପରେ ମୋହିତଙ୍କ ସହ ଯୁକ୍ତିତର୍କ ହୋଇଥିଲା । ପୋଲିସ କହିବା ମୁତାବକ ଅଭିଯୁକ୍ତ ତାଙ୍କ ଉପରେ ତାର୍‌ପୀନ୍ ତେଲ’ ଢାଳି ନିଆଁ ଲଗାଇ ଦେଇଛି ।

Get real time updates directly on you device, subscribe now.