fbpx

Video: ସେଲଫି ପାଇଁ ଗାୟକ ସୋନୁ ନିଗମଙ୍କ ଉପରେ ଅକ୍ରମଣ: ମହିଳା ମ୍ୟାନେଜରଙ୍କ ସହ ଅସଦାଚରଣ, ଜାଣନ୍ତୁ କଣ କହିଲେ ସୋନୁ ନିଗମ

ମୁମ୍ବାଇ: ଗତକାଲି ରାତିରେ ମୁମ୍ବାଇରେ ଗାୟକ ସୋନୁ ନିଗମଙ୍କ ଉପରେ ଆକ୍ରମଣ ହୋଇଛି । ଏହି ପୁରା ଘଟଣାରେ ତାଙ୍କର ଘନିଷ୍ଠ ବନ୍ଧୁ ଋବାନି ଖାନ ଆହତ ହୋଇଥିଲେ । ଶିବସେନା ଉଦ୍ଧବଙ୍କୁ ଉଦ୍ଧବ ଦଳର ବିଧାୟକଙ୍କ ପୁଅ ଠେଲି ମାରିବା ଅଭିଯୋଗ ହୋଇଛି । ଯାହାଙ୍କ ବିରୋଧରେ ସୋନୁ ନିଗମ ଚେମ୍ବୁର ପୋଲିସ ଷ୍ଟେସନରେ ଏଫଆଇଆର କରିଛନ୍ତି । ଏଥିସହିତ ଗାୟକଙ୍କ ଉପରେ ଅକ୍ରମଣର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ତେବେ ଏହି ପୁରା ବିବାଦ ସେଲଫି ଉଠାଇବାକୁ ନେଇ ହୋଇଛି ।

ଲାଇଭ୍ ପ୍ରଦର୍ଶନ ପରେ ସୋନୁ ନିଗମ୍ ବାହାରକୁ ଆସିବା ପାଇଁ ସିଡ଼ିରୁ ଓହ୍ଲାଇବା ସମୟରେ ଏହି ଘଟଣା ଘଟିଥିଲା। ଏହି ଘଟଣାରେ ସୋନୁ ନିଗମଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି। ଗଣମାଧ୍ୟମ ସହ କଥାବାର୍ତ୍ତା କରି ସୋନୁ କହିଛନ୍ତି ଯେ କୌଣସି ଝଗଡା ହୋଇନାହିଁ। ସେ କହିଛନ୍ତି ଯେ ମୁଁ ଏକ ଅଭିଯୋଗ ଦାଖଲ କରିଛି କାରଣ ଲୋକମାନେ ଟିକେ ଚିନ୍ତା କରିବା ଉଚିତ ଯେ ଯେତେବେଳେ ତୁମେ ଜବରଦସ୍ତ ଫଟୋ-ସେଲଫି ମାଗିବ।ତା’ପରେ, ଠେଲିବା ଏବଂ ଘୋଡାଇବା … ଏସବୁ ଘଟେ।

ସୋନୁ ନିଗମ କହିଛନ୍ତି ଯେ, ଯୁବକ ଜଣକ ମୋ ସହିତ କ୍ଲ୍‌ଫି ନେବାକୁ ଚାହୁଁଥିଲେ । ମନା କରିବାରୁ ସେ ମୋତେ ଦରି ନେଇଥିଲେ । ପରେ ଜଣାପଡିଥିଲା ଯେ, ସେ ବିଧାୟକ ପ୍ରକାଶ ଫଟେରପେକରଙ୍କ ପୁଅ ସ୍ୱପ୍ନିଳ ଫଟେପେକର । ଏହି ସମୟରେ ମୋତେ ରକ୍ଷା କରିବା ।ପଇଁ ମୋର ସହଯୋଗି ହରି ପ୍ରସାଦ ମଝିରେ ଆସିଥିଲେ । ପରେ ଯୁବକ ଜଣକ ହରିଙ୍କୁ ଧକ୍କା ଦେଇଥିଲେ, ଏହାପରେ ସେ ମୋତେ ଧକା ମାରିଥିଲେ । ତେଣୁ ମୁଁ ତଳେ ଗଳି ପଡିଥିଲି । ମୋତେ ରକ୍ଷା କରିବାକୁ ଋବାନୀ ଅସିଥିଲେ, ଯୁବକ ଜଣକ ତାଙ୍କୁ ମଧ୍ୟ ଧକା ମରିଥିଲେ । କିନ୍ତୁ ସମସ୍ତେ ଠିକ୍ ଅଛନ୍ତି । ସେମାନଙ୍କୁ ଗମ୍ଭିର କ୍ଷତି ପହଞ୍ଚିଥାନ୍ତା ।

Get real time updates directly on you device, subscribe now.