fbpx

ଦିଲ୍ଲୀରେ ଅଗ୍ନିକାଣ୍ଡ; ଏପର୍ଯ୍ୟନ୍ତ ୨୬ ମୃତଦେହ ଉଦ୍ଧାର, ଆହୁରି ୩୦ରୁ ୪୦ ଜଣ ଫସି ରହିଥିବା ସୂଚନା

ନୁଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀର ମୁଣ୍ଡକା ଅଞ୍ଚଳରେ ଥିବା ଏକ ତିନି ମହଲା ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବାେବେଳେ ଏବେ ମଧ୍ୟ ୩୦ରୁ ୪୦ ଜଣ ଫସି ରହିଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ ୨୦ ଶବ ଉଦ୍ଧାର କରାଯାଇସାରିଲାଣି । ଏବେ ତୃତୀୟ ମହଲାରେ ଖୋଜାଖୋଜି ବାକି ଅଛି । ଆହତ ଅବସ୍ଥାରେ ଉଦ୍ଧାର ହୋଇଥିବା ୯ ଜଣଙ୍କୁ ସଂଞ୍ଜୟ ଗାନ୍ଧୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଆଜି ଅପରାହ୍ନ ୪.୪୫ ମିନିଟ ସମୟରେ ଏକ ଅଫିସରେ ନିଆଁ ଲାଗିବାର ଖବର ପୋଲିସ ପିସିଆରକୁ ଆସିଥିଲା । ଖବର ପାଇ ସ୍ଥାନିୟ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ପୋଲିସ ବିଲ୍ଡିଂର ଝରକା ଭାଙ୍ଗି ଲୋକଙ୍କୁ ଉଦ୍ଧାର କରି ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା ।

मुंडका की इमारत में लगी भीषण आग

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି କୋଠାଟି ତିନି ମହଲା ବିଶିଷ୍ଟ ଏବଂ ଏହା ଏକ ବ୍ୟବସାୟିକ କୋଠା ଯାହା ସାଧାରଣତଃ କମ୍ପାନୀଗୁଡିକୁ ଅଫିସ୍ ସ୍ଥାନ ଯୋଗାଇବା ପାଇଁ ବ୍ୟବହୃତ ହୁଏ । ଅଗ୍ନିକାଣ୍ଡ ବିଲଡିଂର ପ୍ରଥମ ମହଲାରୁ ଆରମ୍ଭ ହୋଇଥିଲା। କମ୍ପାନୀର ମାଲିକ ଏବେ ପୋଲିସ ହେପାଜତରେ ଅଛନ୍ତି।

Get real time updates directly on you device, subscribe now.